-
ମିଶନର ସମସ୍ତ ଉଦ୍ଦେଶ୍ୟକୁ ହାସଲ କରି ସମୁଦ୍ରରେ ଭାରତର ଆତ୍ମନିର୍ଭରତା ଦେଖାଇଲା କ୍ଷେପଣାସ୍ତ୍ର
-
ବିଶ୍ୱରେ ପୁଣି ଥରେ ଭାରତର ଆତ୍ମନିର୍ଭରତା ପ୍ରତି ପ୍ରତିବଦ୍ଧତା ହେଲା ମଜବୁତ
ନୂଆଦିଲ୍ଲୀ, ଭାରତୀୟ ନୌସେନା ବୁଧବାର ଦିନ ବଙ୍ଗୋପସାଗରରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । କ୍ଷେପଣାସ୍ତ୍ରଟି ମିଶନର ସମସ୍ତ ଉଦ୍ଦେଶ୍ୟକୁ ହାସଲ କରି ସମୁଦ୍ରରେ ଭାରତର ଆତ୍ମନିର୍ଭରତା ଓ ଭାରତୀୟ ନୌସେନାର ଶକ୍ତିକୁ ପ୍ରତିପାଦିତ କରିଛି । ବିଧ୍ୱଂସକାରୀ ଜାହାଜରୁ ଲଞ୍ଚ କରାଯାଇଥିବା ବ୍ରହ୍ମୋସ୍ତ୍ର ମିସାଇଲ 2.8 ମେକ ତଥା ଶବ୍ଦର ବେଗରୁ ପ୍ରାୟ ତିନି ଗୁଣ ଅଧିକ ପ୍ରଖର ବେଗରେ ଉଡ଼ି ଲକ୍ଷ୍ୟକୁ ସଠିକ୍ ଭାବରେ ଆକ୍ରମଣ କରିଥିଲା । ଯାହା ଦ୍ୱାରା ଏୟାରସ୍ପେସ ଦୁନିଆରେ ପୁଣି ଥରେ ଭାରତର ଆତ୍ମନିର୍ଭରତା ପ୍ରତି ପ୍ରତିବଦ୍ଧତା ମଜବୁତ ହୋଇଛି ।
ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମଧୱାଲ କହିଛନ୍ତି ଯେ, ଭାରତୀୟ ନୌସେନା ବ୍ରହ୍ମୋସ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍ ସଂସ୍କରଣକୁ ଏକ ସ୍ୱଦେଶୀ ବୁଷ୍ଟର ସହିତ ସଫଳତାର ସହ ପରୀକ୍ଷଣ କରିଛି । ଯାହା ଭାରତର ଆତ୍ମନିର୍ଭରଶୀଳତା ପାଇଁ ନୌସେନାର ପ୍ରତିବଦ୍ଧତାକୁ ମଜବୁତ କରିଛି ।