ରାଞ୍ଚି, ଦୁମକାର ସ୍ୱତନ୍ତ୍ର କୋର୍ଟରେ ଜାମତାଡା ବିଧାୟକ ଇରଫାନ ଅନସାରୀଙ୍କ ବିରୋଧରେ ଚାଲିଥିବା ଏସସି-ଏସଟି ଆକ୍ଟରେ ଜଡିତ ମାମଲାରେ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ କାଏମ ରଖିଛନ୍ତି ଝାରଖଣ୍ଡ ହାଇକୋର୍ଟ । ବୁଧବାର ଦିନ ଜଷ୍ଟିସ ଏସକେ ଦ୍ୱିବେଦୀଙ୍କ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା ।
ଶୁଣାଣି ସମୟରେ ଅଭିଯୋଗକାରୀ ସୁନୀଲ ଦେବୀଙ୍କ ପକ୍ଷରୁ ଜବାବ ଦାଖଲ କରିବା ନିମନ୍ତେ କୋର୍ଟରେ ସମୟ ମାଗଯାଇଥିଲା । କୋର୍ଟ ମାମଲାର ଶୁଣାଣି କରି ନଭେମ୍ବର 28ରେ ପରବର୍ତ୍ତୀ ଶୁଣାଣି କରିବାକୁ ନିର୍ଦ୍ଧାରିତ କରିଛନ୍ତି ।
ପୂର୍ବ ଶୁଣାଣିରେ କୋର୍ଟ ଅଭିଯୋଗକାରୀଙ୍କୁ ନୋଟିସ ଜାରି କରିଥିଲେ । ସେପ୍ଟେମ୍ବର 1ରେ ଏହି ମାମଲାରେ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଥିଲେ କୋର୍ଟ । ଜାମତାଡାରେ ଧାରଣା ପ୍ରଦର୍ଶନ ବେଳେ ବିଧାୟକ ଇରଫାନ ଅନସାରୀ ଜାତିଭିତ୍ତିକ ଶବ୍ଦ ଓ ଗାଳୁଗୁଲଜ କରିଥିବା ଅଭିଯୋଗ କରି ସୁନୀଲ ଦେବୀ ପିଟିସନ ଦାୟର କରିଛନ୍ତି ।