କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ଶପଥ ପାଠ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା।ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ଦେଶର ସୁରକ୍ଷା, ଅଖଣ୍ଡତା ଓ ଏକତା କୁ ବଜାୟ ରଖିବାର ଶପଥ ପାଠ କରାଇଥିଲେ। ଦେଶ ର ସୁରକ୍ଷା ଓ ଅଖଣ୍ଡତା ପାଇଁ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଦୂରଦୃଷ୍ଟି ଓ କାର୍ଯ୍ୟ ଶୈଳୀ ଏହି ରାଷ୍ଟ୍ରୀୟ ଏକତା କୁ ସମ୍ଭବ ଓ ସମୃଦ୍ଧି କରିପାରିଥିଲା ବୋଲି ସେ କହିଥିଲେ।ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ମହାପ୍ରୟାଣ ଦିବସ ହୋଇ ଥିବାରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଆର ଟି ଓ ରବିନ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏବଂ ବିଭିନ୍ନ ବିଭାଗର ଡେପୁଟି କଲେକ୍ଟର,ବିଭିନ୍ନ ତହସିଲର ତହସିଲଦାର,ଅତିରିକ୍ତ ତହସିଲଦାର, ସହକାରୀ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ ଶପଥ ପାଠରେ ସାମିଲ ହୋଇଥିଲେ।
Related Stories
November 22, 2024