କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ବଡଦାଣ୍ଡ ସ୍ଥିତ ଦୁଦୁୱାଲା ଧର୍ମଶାଳାରେ ଅଖିଳଭାରତୀୟ ସର୍ବୋଦୟ ମଣ୍ଡଳ, ଉତ୍କଳ ସର୍ବୋଦୟ ମଣ୍ଡଳ ସହଯୋଗ ରେ ୮୯ ତମ ସର୍ବ ସେବା ସଂଘ ଅଧିବେଶନ ପୁରୀ ଠାରେ ଉଦଘାଟିତ ହୋଇଯାଇଛି । ଉକ୍ତ ଅଧିବେଶନର ମୂଖ୍ୟ ଅତିଥି ପଦ୍ମଶ୍ରୀ ଦୈତାରି ନାୟକ ଏବଂ ମୁଖ୍ୟ ଅତିଥି ଉମାବଲ୍ଲଭ ମହାପାତ୍ର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ଅରବିନ୍ଦ ରେଡ୍ଡୀ, ମହାଦେବ ବିଦ୍ରୋହୀ, ମଧୁକରଜୀ, ପ୍ରୋ: ଆନନ୍ଦ କିଶୋର, ଶ୍ରୀ ନାରାୟଣ ଭାଇ, ଶ୍ରୀ ଲକ୍ଷ୍ମୀ ଦାସ, ଡ. ବିଶ୍ଵନାଥ ଆଜାଦ୍, ବସନ୍ତ କେଦାର ଜୀ, ଡ. ପ୍ରମୋଦ କୁମାର ତାଲେ, ଅରୁଣ ଭାରତୀୟ,ଶ୍ରୀ ସୁଖପାଲ୍ ସିଂ ଜି, ଶ୍ରୀ ଚନ୍ଦ୍ର ଭୂଷଣ, ସୌମ୍ୟ ପାଲ ଜି, ଧର୍ମେନ୍ଦ୍ର ରାଜପୁତ, ଶ୍ରୀ ଆଦିତ୍ୟ ପଟ୍ଟନାୟକ, ରାମ ସ୍ୱରୂପ ତ୍ରିପାଠୀ, ଡ ଇନ୍ଦୀରା ଜୀ ,ବିନୋଦ ସ୍ୱରୂପ ପ୍ରମୁଖ ଉପସ୍ଥିତ ଥିଲେ l ଅଧିବେଶନ କୁ ଉତ୍କଳ ସର୍ବୋଦୟ ମଣ୍ଡଳର ସଦସ୍ୟ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଉଦ୍ଘୋଷିକା ଶ୍ରୀମତୀ ରୁଚି ମିତ୍ରା ଜଗଦେବ ମହାପାତ୍ର ଏବଂ ଉଦ୍ଘୋଷକ ଶ୍ରୀ ରାକେଶ ପରିଚାଳନା କରିଥିଲେ l ଉଦ୍ଘାଟନୀ ପର୍ବ ସହିତ ଲିଙ୍ଗରାଜ କଳାt ନିକେତନ ପୁରୀ, ତରଫରୁ ଗୁରୁ ଶ୍ରୀଯୁକ୍ତ ପ୍ରକାଶ କୁମାର ରଥ ଏବଂ ଗୁରୁ ଶ୍ରୀଯୁକ୍ତ ଜଗନ୍ନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ସମବେତ କଣ୍ଠ ଶିଳ୍ପୀ ମାନେ ମହାତ୍ମା ଗାନ୍ଧିଙ୍କ ପ୍ରିୟ ଭଜନ ” ବୈଷ୍ଣବ ଜନ ତୋ ତେନେ କହିୟେ ” ପରିବେଷଣ କରାଯାଇଥିଲା l
ଅଧିବେଶନର ପରବର୍ତ୍ତୀ ପର୍ଯ୍ୟାୟ ରେ ଦେଶର କୋଣ ଅନୁକୋଣରୁ ଆସିଥିବା ୩୫୦ ସର୍ବ ସେବା ସଂଘର ଲୋକସେବକ,ସର୍ବୋଦୟ ମିତ୍ର ଯୋଗ ଦେଇଥିଲେ ଓ ଅତିଥି ଗଣଙ୍କୁ ସମ୍ଭର୍ଧିତ କରାଗଲା। ପରେ ପରେ ମୂଖ୍ୟ ଅତିଥି ଉଦ୍ଘାଟକ ଡ ଲକ୍ଷ୍ମୀ ଦାସ ଓ ପୁରୀ ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ଅହିଂସା ଓ ରଚନାତ୍ମକ ଆନ୍ଦୋଳନ ସମ୍ପର୍କରେ ଆହ୍ୱାନ ଦେଇଥିଲେ ଏହି ଅଧିବେଶନର ମୂଳ ଲକ୍ଷ ଥିଲା ସାଂପ୍ରତିକ ରାଷ୍ଟ୍ରୀୟ ପରିସ୍ଥିତି ଓ ବିଶ୍ବ ଯୁଦ୍ଧର ଭୟାବହତା,ଦାରିଦ୍ର୍ୟ, ସମ୍ବିଧାନ ର ସୁରକ୍ଷା, ମଣିପୁର ହିଂସା ସମସ୍ୟାର ନିରାକରଣ ସହ ଗାନ୍ଧୀଙ୍କ ଅହିଂସା,ସଦଭାବନା ଓ ସର୍ବ ଧର୍ମ ସମାନତା ଓ ରଚନାତ୍ମକ କାର୍ଯ୍ୟକୁ କେତେକ ମୌଳବାଦ ଯେପରି ନିନ୍ଦା କରାଯାଉଛି ସେ ସମ୍ପର୍କରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯପନ୍ଥା ସମ୍ପର୍କରେ ମତ ବିନିମୟ କରିଥିଲେ l ୮୯ ତମ ସର୍ବ ସେବା ସଂଘ ଅଧିବେଶନ ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ଯୋଗୁ ଓଡ଼ିଶାରେ ସର୍ବୋଦୟ କାର୍ଯ୍ୟକୁ ଶକ୍ତି ଓ ପ୍ରେରଣା ମିଳିବା ସହ ଗ୍ରାମ ସ୍ଵରାଜ ପ୍ରତିଷ୍ଠା ସହ ନିଶା ନିବାରଣ ଓ ସଦଭାବନାକୁ ଅଗ୍ରଗତି କରିପାରିବ ବୋଲି ଆଶା ପୋଷଣ କରିଥିଲେ l ସର୍ବୋଦୟ ଶାନ୍ତି ଚାହେଁ, ଯୁଦ୍ଧ ନୁହେଁ l ସମସ୍ତେ ସଦଭାବନା ସହ ସହାବସନ କରନ୍ତୁ। ଗାନ୍ଧୀ, ବିନୋବା, ଓ ଜୟପ୍ରକାଶ ନାରାୟଣଙ୍କ ଆଦର୍ଶ ମାର୍ଗରେ ଅନୁପ୍ରାଣିତ ହୋଇ ସମାଜକୁ ବଦଳାଇବାର ସଂକଳ୍ପ ନେବା ପାଇଁ ଅତିଥି ଗଣ ଆହ୍ୱାନ ଦେଇଥିଲେ।
ଏହି ଅଧିବେସନରେ ପୁରୀର ଗାନ୍ଧୀ ବାଦୀ ଆଡଭୋକେଟେ ଉମାବଲ୍ଲଭ ମହାପାତ୍ର, ଡ. ଇନ୍ଦିରା ଦେବୀ, ଜ୍ୟୋସ୍ତ୍ନ ନାୟକ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହଯୋଗ ରେ ଅଧିବେସନରେ ରହିବା,ସଭା ଓ ଖାଦ୍ୟପେୟ ଆୟୋଜନର ସମ୍ଭବ ହୋଇପାରିଥିଲା।
ଅଧିବେସନରେ ଉତ୍କଳ ସର୍ବୋଦୟ ମଣ୍ଡଳ ଓ ଜିଲ୍ଲା ସର୍ବୋଦୟ ମଣ୍ଡଳର କର୍ମକର୍ତ୍ତା ମାନେ ନିଷ୍ଠାର ସହ ସହଯୋଗ କରିଥିବାରୁ ସଂପାଦକ ରମାକାନ୍ତ ମଣ୍ଡଳ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି l
Related Stories
October 29, 2024