-
ଦୁର୍ନୀତିମୁକ୍ତ ଓ ବିକଶିତ ଭାରତ ପାଇଁ ଚାଣକ୍ୟମାନଙ୍କ ଆବଶ୍ୟକତା ରହିଛି,
-
ଵେଦ -କର୍ମକାଣ୍ଡ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳିତ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସଂସ୍କୃତି ଓ ସଂସ୍କୃତ ର ସମନ୍ୱୟ ରେ ଭାରତବର୍ଷ ମହିମାମୟ ହେଉ ବୋଲି କହିଛନ୍ତି ପ୍ରାକ୍ତନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ୍ଵର ମହାନ୍ତି। ଶ୍ରୀଜଗନ୍ନାଥ ଵେଦ-କର୍ମକାଣ୍ଡ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି କହିଥିଲେ ଯେ ବିଜ୍ଞାନ ଯେତେ ଉନ୍ନତ ହେଲେ ମଧ୍ୟ ଆଧ୍ୟାତ୍ମିକ ଚେତନା ର ମହାମନ୍ତ୍ର ସଂସ୍କୃତ ଭାଷା ସହ ରହିଛି ଓ ରହିଵି। ଏହି ଅବସରରେ ଜରାଜୀର୍ଣ୍ଣ ବିଦ୍ୟାଳୟ କୁ ଅଭିନବ ଓ ମହାମହିମ କରିବାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଜଗବନ୍ଧୁ ମିଶ୍ରଙ୍କ ଯୋଗଦାନ ସ୍ମରଣ ରହିବ। ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଫେସର କିଶୋର ଚନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତାରିଣୀ ପ୍ରସାଦ ମହାନ୍ତି ଓ ମହିଳା ଏବଂ ଶିଶୁଵିକାଶ ର ଅଧ୍ୟକ୍ଷା ମେଜର କଳ୍ପନା ଦାସ ମହାବିଦ୍ୟାଳୟ ର ବିକାଶ ପାଇଁ ସମସ୍ତ ଆଲୁମୁନି ଆଗେଇ ଆସିବାକୁ ଆହ୍ୱାନ ଦେବା ସହ ମହାବିଦ୍ୟାଳୟ ଦୀର୍ଘଜୀବି ହୋଇ ଶତବାର୍ଷିକୀ ପାଳନ କରିବାକୁ ଆଶାବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମାଜସେବୀ ବଦ୍ରି ମିଶ୍ର କହିଥିଲେ ଯେ ଏକ ଦୁର୍ନୀତିମୁକ୍ତ ଓ ବିକଶିତ ଭାରତବର୍ଷ ପାଇଁ ଏବେ ଶହଶହ ଚାଣକ୍ୟଙ୍କର ଆବଶ୍ୟକତା ରହିଛି ବୋଲି ଆହ୍ୱାନ ଦେବା ସହ ଏହି ମହାବିଦ୍ୟାଳୟ ଗଠନ ରେ ପ୍ରାକ୍ତନ ଶଂକରାଚାର୍ଯ୍ୟ ଭାରତୀକୃଷ୍ଣ, ମୁକ୍ତିମଣ୍ଡପ ପଣ୍ଡିତ ସଭା, ଜିଲ୍ଲା ପ୍ରଶାସନ ବିଶେଷକରି ଫାଇଭ ଟି ବିଭାଗ ର ସହଯୋଗ ଠାରେ କୃତଜ୍ଞତା ଜ୍ଞାପନ କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭ୍ୟ ଶ୍ରୀପ୍ରକାଶ ମିଶ୍ର, ବିଭୁତି ଭୁଷଣ ସେଠୀ ଓ ଆଲୁମୁନି କମିଟି ସଭ୍ୟ ତଥା ବରିଷ୍ଠ ଚିକିତ୍ସକ ରାଧେଶ୍ୟାମ ରଥ ଯୋଗଦେଇ ଥିଲେ। ଅଧ୍ୟକ୍ଷ ଡକ୍ଟର ଜଗବନ୍ଧୁ ମିଶ୍ରଙ୍କ ପରିଚାଳନା ରେ ଏହି କାର୍ଯ୍ୟକ୍ରମ ରେ ସିଦ୍ଧବକୁଳ ମଠାଧୀଶ ଶ୍ରୀନିବାସ ଦାସ ରାଧାବଲ୍ଲଭ ମଠାଧୀଶ ରାମକୃଷ୍ଣ ଦାସଙ୍କ ସମେତ ୧୦ ଜଣ ମଠାଧୀଶ, ପ୍ରଫେସର ଦେବୀ ରଥ, ବଂଶଧର ପ୍ରଧାନ, ସୂର୍ଯ୍ୟମଣି ରଥ, ଧର୍ମେନ୍ଦ୍ର ସିଂହଦେଓ, ନିରଞ୍ଜନ ମିଶ୍ର, ଅଧ୍ୟାପକ କମଳ କୁମାର ଦାଶ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ, ମିନାକ୍ଷୀ ମିଶ୍ର, ରଂଜନ କୁମାର ଉଦଗଆତଆ, ସୁଶାନ୍ତ ରାଜ, ଜୟକୃଷ୍ଣ ମିଶ୍ର, ପଣ୍ଡିତ ସତ୍ୟନାରାୟଣ ଦାଶଙ୍କ ସମେତ ୭୫ ଜଣ ଶିକ୍ଷାବିତ୍ ଓ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ପରିପ୍ରେକ୍ଷୀରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିଷେକ ମିଶ୍ର,ଦୀପକ ଶତପଥୀ, ଫଣିଭୂଷଣ ମିଶ୍ର, କାର୍ତ୍ତିକ ପଣ୍ଡା,ରାକେଶ ଶତପଥୀ, ସରସ୍ବତୀ ପ୍ରଧାନ,ପିଙ୍କି ସାହୁ ଓ ରଶ୍ମୀ କିଶାନଙ୍କୁ ଅତିଥିମାନେ ସ୍ବର୍ଣ୍ଣପଦକ ପ୍ରଦାନ କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ର ଏହି ସମାରୋହକୁ ପ୍ରାତଃ କାଳରେ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ବାମୀ ଆପ୍ତେଶ୍ଵରାନନ୍ଦଜୀ ମହାରାଜ ଉଦଘାଟନ କରିଥିବା ବେଳେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ଉପାଧ୍ୟକ୍ଷ ଉମାବଲ୍ଲଭ ମହାପାତ୍ର ଓ ବିକ୍ରମଦେବ ମହାବିଦ୍ୟାଳୟ ପଶ୍ଚିମ ବଙ୍ଗର ଅଧ୍ୟକ୍ଷ ଦେବୀ ରଥ ଅତିଥି ଭାବେ ଯୋଗଦେଇ ଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ସଂଯୋଜନା କରିଥିବା ବେଳେ, ସମସ୍ତ କାର୍ଯ୍ୟକ୍ରମ କୁ ଡକ୍ଟର ହରପ୍ରିୟା ଦାଶ ସଞ୍ଚାଳନ କରିଥିଲେ।