କୈଳାଶ ଚନ୍ଦ୍ର ପଣ୍ଡା,କଟକ
କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମରେ ୫ମ ବର୍ଷ ସପ୍ତାଦିନାତ୍ମକ ଶ୍ରୀମଦ ଭାଗବତ ମହାପୁରାଣ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପ୍ରାଙ୍ଗଣରେ ପ୍ରତିବର୍ଷ ପରି ଚଳିତ ବର୍ଷ ଆରମ୍ଭ ହୋଇଯାଇଛି |ଏହି ପରିପ୍ରେକ୍ଷୀରେ କଥାବ୍ୟାସ ପ୍ରଵାଚକ ପଣ୍ଡିତ ଶ୍ରୀ ରାମ ନିରଞ୍ଜନ ଦାସଜୀ ମହାରାଜ ପ୍ରାରମ୍ଭ ଦିବସରେ ପ୍ରଥମ ସ୍କନ୍ଦ ବ୍ୟାଖ୍ୟା କରିଥିଲେ |
ପ୍ରବଚନ ମାଧ୍ୟମରେ ଭାଗବତ ମାହାତ୍ମ୍ୟ,ଭାଗବତ ଙ୍କ ଦଶ ଲକ୍ଷଣ ବର୍ଣ୍ଣନା,ସୁତ ସୌନକ ସମ୍ବାଦ, କୁନ୍ତୀ ସ୍ତୁତି ଏବଂ ପରୀକ୍ଷିତଙ୍କୁ ଅଭିଶାପ,ଭୀଷ୍ମ ସ୍ତୁତି,ଶୁକ ଦେବ ଆଗମନ, ମନୁ କର୍ଦ୍ଦମ ସମ୍ବାଦ ପ୍ରମୁଖ ବିଷୟରେ ବ୍ୟାଖ୍ୟା କରିଥିଲେ |
ଏହି କାର୍ଯ୍ୟକ୍ରମରେ ପରାୟଣ ବ୍ୟାସ ପୁରୀ ତୋଟା ଗୋପୀନାଥ ମଠର ଶ୍ରୀ ପିତବାସ ଶୁକ୍ଲା,ପୁରୋଧା ପ୍ରସନ୍ନ କୁମାର କର,ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପୂଜକ ପଞ୍ଚୁ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ |
ବରପୁଟ ଗ୍ରାମର ହରିବନ୍ଧୁ ପଣ୍ଡା, ଜଗନ୍ନାଥ ପଣ୍ଡା,ଜୟୀ ପ୍ରକାଶ ମିଶ୍ର,ଦେବରାଜ ପଣ୍ଡା,ସଂକୀର୍ତନ ଗାୟକ ନରୋତ୍ତମ ପଣ୍ଡା, ବୈଦିକ ବ୍ରାହ୍ମଣ ଲଛମନ ପଣ୍ଡା, ପାଲା ଗାୟକ ବିଜୟ କୁମାର ଦାସ , ଶିକ୍ଷକ ବିଜୟ ମହାନ୍ତି,ଗୁରୁବାରୀ ପଣ୍ଡା,ପ୍ରଶାନ୍ତ କୁମାର ମହାନ୍ତି ଏବଂ ବରପୁଟ ଗ୍ରାମର ଭାଗବତ ପ୍ରେମୀମାନେ ଉପସ୍ଥିତ ଥିଲେ |