ଭୁବନେଶ୍ୱର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ କଟକରେ ରନ୍ ଫର୍ ୟୁନିଟି ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ସେ କହିଛନ୍ତି ଯେ,ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରତି ଭାରତୀୟଙ୍କ ହୃଦୟରେ ଅଛନ୍ତି । ଦେଶକୁ ଏକୀକରଣ ଏବଂ ଏହାର ଭାଗ୍ୟ ନିର୍ଦ୍ଧାରଣ ଦିଗରେ ତାଙ୍କର ସ୍ମରଣୀୟ ଉଦ୍ୟମ ପାଇଁ ଆମେ ତାଙ୍କୁ ମନେ ରଖିଛୁ ଏବଂ ପ୍ରଣାମ କରୁଛୁ। ତାଙ୍କର ସର୍ବଶ୍ରେଷ୍ଠ ଜୟନ୍ତୀ ପାଳନ ନିମନ୍ତେ ଉତ୍ସାହିତ ଥିବାରୁ କଟକବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ସେ କହିଛନ୍ତି ଯେ, ବିବିଧତା ହେଉଛି ଭାରତର ସୌନ୍ଦର୍ଯ୍ୟ ଏବଂ ଶାନ୍ତି, ସମନ୍ୱୟ । ଏବଂ ଏକତା ହେଉଛି ଆମର ମନ୍ତ୍ର । ଏକ ମିଳିତ, ଶକ୍ତିଶାଳୀ, ଆତ୍ମନିର୍ଭରଶୀଳ ଓ ସମୃଦ୍ଧି ଭାରତ ପାଇଁ ଏହି ଦୌଡ ।