ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ବିଏସଏଫ ଓ ରାଜ୍ୟ ପୁଲିସ ବଳଙ୍କ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ଶ୍ରୀ ମୋଦୀ ନିରୀକ୍ଷଣ କରିବେ । ମହିଳା ବାଇକରଙ୍କ ଦ୍ୱାରା ପ୍ରଦର୍ଶିତ ହେବାକୁ ଥିବା ଦୁଃସାହସିକ କ୍ରୀଡ଼ା କୌଶଳ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ, ବିଏସଏଫର ମହିଳା ପାଇପ୍ ବ୍ୟାଣ୍ଡ, ଗୁଜରାଟ ମହିଳା ପୁଲିସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ଏନସିସି ପ୍ରଦର୍ଶନୀ ଭାରତୀୟ ବାୟୁସେନାର ଉଡ଼ାଣ କୌଶଳ ଓ ଆର୍ଥିକ ସଶକ୍ତ ଗ୍ରାମ ପ୍ରଦର୍ଶନୀ ଇତ୍ୟାଦି ଅନ୍ତର୍ଭୁକ୍ତ ।
କେଭାଡିଆରେ ପ୍ରଧାନମନ୍ତ୍ରୀ ୧୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଯେଉଁ ପ୍ରକଳ୍ପଗୁଡ଼ିକ ଉଦଘାଟିତ ହେବ ସେଗୁଡ଼ିକ ମଧ୍ୟରେ ରହିଛି ଏକତା ନଗରରୁ ଅହମ୍ମଦାବାଦ ଐତିହ୍ୟ ଟ୍ରେନ, ଜୀବନ୍ତ ନର୍ମଦା ଆରତି ପ୍ରକଳ୍ପ, କମଳମ ଉଦ୍ୟାନ, ଏକତା ପ୍ରତିମୂର୍ତ୍ତି ନିକଟରେ ଚଲାପଥ, ୩୦ଟି ନୂତନ ଇ-ବସ, ୨୧୦ ଇ-ବାଇ ସାଇକେଲ ଓ ଅନେକ ଗଲ୍ଫ କାର୍ଟସ ଏକତା ନଗରରେ ଗ୍ୟାସ ବିତରଣ ବ୍ୟବସ୍ଥା, ଗୁଜରାଟ ରାଜ୍ୟ ସମବାୟ ବ୍ୟାଙ୍କର ସରକାରୀ ଭବନ । ଏହାଛଡ଼ା ପ୍ରଧାନମନ୍ତ୍ରୀ ଉପଜିଲ୍ଲା ହସ୍ପିଟାଲ (ଟ୍ରମା କେନ୍ଦ୍ର ସହ) ଓ କେଭାଡିଆରେ ସୌର ପ୍ୟାନେଲର ମଧ୍ୟ ଶିଳାନ୍ୟାସ କରିବେ ।
ପ୍ରଧାନମନ୍ତ୍ରୀ ମଧ୍ୟ ଆରମ୍ଭ ୫.୦ର ସମାବର୍ତ୍ତନ ସମାରୋହରେ ୯୮ତମ ସାଧାରଣ ମୂଳଦୁଆ ତାଲିମ ଅଧିକାରୀମାନଙ୍କୁ ସମ୍ବୋଧିତ କରିବେ । ଆରମ୍ଭର ପଞ୍ଚମ ସଂସ୍କରଣ ଧ୍ୱଂସାତ୍ମକ ଶକ୍ତି ହ୍ରାସ ପାଇଁ ଉଦ୍ୟମ । ଧ୍ୱଂସଲୀଳା ଯୋଗୁ ଅନେକ କ୍ଷତି ହେବା ସହ ଏହାକୁ ରୋକାଯାଇ ପାରିଲେ ବର୍ତ୍ତମାନ ଓ ଭବିଷ୍ୟତରେ ପ୍ରଶାସିନିକ କାର୍ଯ୍ୟରେ ସୁଗମତା ଆସିପାରିବ । ଏହି ୯୮ତମ ମୂଳଦୁଆ ତାଲିମର ବାର୍ତ୍ତା ହେଉଛି ‘ମେ ନହିଁ ତୁମ’ । ଏଥିରେ ୫୬୦ ଜଣ ଅଧିକାରୀ ଦେଶର ବିଭିନ୍ନ ଲୋକସେବା କ୍ଷେତ୍ର ଓ ଭୂଟାନରୁ ତିନିଜଣ ଅଧିକାରୀ ତାଲିମ କରିଛନ୍ତି ।