
ଭୁବନେଶ୍ୱର, ଭାରତ ବର୍ଷର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ନାରୀ ସଶକ୍ତିକରଣର ପ୍ରତୀକ ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୩୯ତମ ବଳିଦାନ ଦିବସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ଇନ୍ଦିରାପାର୍କସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ଅମୀୟ ପଟ୍ଟନାୟକ, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ୍ ସାହୁ, ସଂଯୁକ୍ତା ପାଣିଗ୍ରାହୀ, ସଂଯୁକ୍ତା ମିଶ୍ର, ଅନୁପମା ବେହେରା, ଅଶ୍ୱିନୀ ପଟ୍ଟନାୟକ, ସବିତା ଦଳାଇ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଅମିତ୍ ପାତାଳସିଂହ, ଡକ୍ଟର ରଙ୍ଗାଧର ସାହୁ, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, ଜ୍ଞାନପ୍ରିୟ କାନୁନ୍ଗୋ ପ୍ରମୁଖ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିବା ସହ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ରଣନୀତି ଯୋଗୁଁ ବାଂଲାଦେଶ ସୃଷ୍ଟି ହୋଇଥିଲା । ସେ ଥିଲେ ଭାରତ ବର୍ଷରେ ନାରୀ ସଶକ୍ତିକରଣର ମୃତ୍ତିମନ୍ତ ପ୍ରତୀକ । ତାଙ୍କ ଜୀବନର ଶେଷ ସାଧାରଣ ସଭା ଭୁବନେଶ୍ୱରରେ ସମ୍ପାଦନ କରି ତା’ପର ଦିନ ଶହୀଦ ହୋଇଥିଲେ ବୋଲି ମତଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ