ନୂଆଦିଲ୍ଲୀ, କାଲିଠାରୁ 3ଦିନିଆ ୟୁଏଇ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନଭେମ୍ବର 1ରୁ 3 ତାରିଖ ଯାଏ ୟୁଏଇ ଗସ୍ତରେ ରହିବେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୟୁଏଇ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଶିକ୍ଷା, ଦକ୍ଷତା ଉପରେ ଦ୍ୱିପାକ୍ଷିକ ଆଲୋଚନା କରାଯିବ ।
କେନ୍ଦ୍ରମନ୍ତ୍ରୀ ତାଙ୍କର ଗସ୍ତ କାଳରେ ୟୁଏଇର ଅନେକ ପ୍ରମୁଖ ମନ୍ତ୍ରୀ, ଅଧିକାରୀ, ଶିକ୍ଷାବିତ, ପ୍ରମୁଖ ବ୍ୟକ୍ତି, ବିଜନେସମ୍ୟାନଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ।