-
ଶୀତୁଆ ସନ୍ଧ୍ୟାରେ ଅନୁଷ୍କା ପାତ୍ର ଓ ପ୍ରଣୟ ମଜୁମଦାର ଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଆନୁକୁଲ୍ୟରେ ଦୁଇଦିନ ଧରି ସ୍ବର୍ଣ୍ଣାଭ ବେଳାଭୂମି ରେ ଆୟୋଜିତ ୪୪ତମ କୁମାର ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇଛି । ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସଭାପିତ୍ବରେ ଉଦଯାପନୀ ସନ୍ଧ୍ୟାର ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଓଡ଼ିଆଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱନୀ ପାତ୍ର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଭକ୍ତଚରଣ ଦାସ, ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ଷ୍ଟାଲିନ ପରିଜା ଓ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସଦାଶିବ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମତବ୍ୟକ୍ତ କରି କହିଥିଲେ କି ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ତଥା ଓଡ଼ିଶାର କଳା ସଂସ୍କୃତି ସର୍ବଦା ଅଗ୍ରଧିକାର ଦେଇଥାଏ । କୁମାର ଉତ୍ସବ ଅବସରରେ ଖାଲି ଓଡ଼ିଶା କାହିଁକି ଦେଶର ବିଭିନ୍ନ କଳା ସଂସ୍କୃତି କୁ ମଞ୍ଚରେ ଉପସ୍ଥାପନ କରି ଦେଶର ଏକାତାକୁ ଦର୍ଶାଇଥାଏ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଓ ଉପଢୋକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସେହିଭଳି ପ୍ରତିବର୍ଷଭଳି ଅନୁଷ୍ଠାନର ଆକର୍ଷଣୀୟ ପୁରସ୍କାର ଲିଟିଲ୍ ମିସ୍ ଓ ଲିଟିଲ୍ ମାଷ୍ଟର ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଂଜନ କୁମାର ରାଉଳ ଙ୍କୁ ଲିଟିଲ୍ ମାଷ୍ଟର ଓ ଆରାଧ୍ୟା ପ୍ରଧାନ ଙ୍କୁ ଲିଟିଲ୍ ମିସ୍ ଭାବରେ ପୁରସ୍କୃତ କରାଯାଇଥିଲା ।ଏହାପରେ ଅନୁଷ୍ଠାନର ସଭ୍ୟା ମନିଷା ମହାନ୍ତି ଙ୍କ ଦ୍ଵାରା ମାହାରୀ ନୃତ୍ୟ ପରିବେଷଣ କରାଯାଇଥିଲା | ପରେ ପରେ ଆରତି ନୃତ୍ୟ ଓ
ସଂସ୍କୃତି ଏକାଡେମୀ କଳାକାରଙ୍କ ଦ୍ଵାରା ଆଧୁନିକ ନୃତ୍ଯ ଭିତ୍ତିକ କାଯ୍ୟକ୍ରମ ପରିବେଷଣ ହୋଇଥିଲା । ପରିଶେଷରେ ପ୍ରଛଦପଟ୍ଟ ନବାଗତ କଣ୍ଠଶିଳ୍ପୀ କୂମାରୀ
ଅନୁସ୍କା ପାତ୍ର ଏବଂ ପ୍ରଣୟ ମଜୁମଦାର ଙ୍କ ଦ୍ଵାରା ହିନ୍ଦୀ ଚଳଚିତ୍ର ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଓଲିଉଡ୍ ନାଇଟ୍ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୂ ମିସ୍ ପିଙ୍କି ଝା ସଂଯୋଜନା କରିଥିଲେ ।ଅନେକ ସୁପର ହିଟ୍ ହିନ୍ଦୀ ସଙ୍ଗୀତର ତାଳେ ତାଳେ ବେଳାଭୂମି ରେ ଉପସ୍ଥିତ ଦର୍ଶକ ଝୁମି ଉଠିଥିଲେ ।
ବିଳମ୍ବିତ ରାତି ଯାଏଁ ଦର୍ଶକ ସଙ୍ଗୀତକୁ ମନଭରି ଉପଭୋଗ କରିବା ସହ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ମିଶ୍ର, ଲକ୍ଷ୍ମୀ ନାରାୟଣ ପଣ୍ଡା, ବସୁଦେବ ଦାସ,ହରେକୃଷ୍ଣ ମିଶ୍ର , କାର୍ଯ୍ୟାଳୟ ସମ୍ପାଦକ ଜଗମୋହନ ପଟ୍ଟନାୟକ ,କ୍ରୀଡା ସମ୍ପାଦକ ଗୋପୀନାଥ ସ୍ୱାଇଁ , ଅମୀୟ ପ୍ରସାଦ ନାଗ ,ଦୀପକ କୁମାର ସାହୁ ,କୃପାସିନ୍ଧୁ ମହାପାତ୍ର , ପ୍ରକାଶ ରାଉତ, ସୁବ୍ରତ ସାହୁ, ଅଶୋକ ପାତ୍ରଙ୍କ ସହ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ପରିଚାଳନା କରିଥିଲେ ।