
-
ରାଜଧାନୀରେ ଚାଷୀଙ୍କ ସମସ୍ୟା ନେଇ ଏକାଠି ହେବେ ହଜାର ହଜାର ଚାଷୀ
ଭୁବନେଶ୍ୱର, ଭାରତୀୟ କିସାନ ସଙ୍ଘ, ଓଡିଶା ତରଫରୁ ଆସନ୍ତା ୩ ନଭେମ୍ବର, ଶୁକ୍ରବାର ଦିନ ବିଶାଳ କୃଷକ ଗର୍ଜନ ସମାବେଶର ଆୟୋଜନ କରାଯିବ । ରାଜ୍ୟର ଚାଷୀ ମାନଙ୍କର 21 ଦଫା ଦାବି ନେଇ ଏହି ରାଲୀ ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି କିସାନ ସଂଘର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀନିବାସ ।
ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହି ଦିନ କୃଷକ ମାନଙ୍କର ଏକ ବିଶାଳ ରାଲି ସ୍ବାଧୀନତା ସଂଗ୍ରାମୀ ପଡିଆରୁ ବାହାରି ରାମ ମନ୍ଦିର, ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ପି. ଏମ. କି ଛକରେ ପହଞ୍ଚିବ ଓ ସେଠାରେ ଏକ ଧାରଣା କାର୍ଯ୍ୟକ୍ରମ ଅଛି ଏହି ଦିନ ଭାରତୀୟ କିସାନ ସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ ବଦ୍ରି ନାରାୟଣ ଚୌଧୁରୀ ଓ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ମୋହିନୀ ମୋହନ ମିଶ୍ର ଓ ଅନ୍ୟ ବରିଷ୍ଠ ପଦାଧାକାରୀଉପସ୍ଥିତ ରହିବେ । ଏହି ରାଲିରେ ସାରା ଓଡ଼ିଶାର ୩୦ ଜିଲ୍ଲାରୁ, ୨୫୦ ବ୍ଳକରୁ ହଜାର ହଜାର ସଂଖ୍ୟାରେ ଚାଷୀ ରହିବେ ଓ ଏହି କାର୍ଯ୍ୟ-କ୍ରମ ସମ୍ପୂର୍ଣ ଶାନ୍ତିପୂର୍ଣ ରହିବ ।