
ଭୁବନେଶ୍ୱର, ଆନ୍ଧ୍ର ପ୍ରଦେଶ ଓଡିଶା ସୀମାରେ ହୋଇଥିବା ରେଳ ଦୁର୍ଘଟଣା କାରଣରୁ 45ଟି ଟ୍ରେନକୁ ବର୍ତମାନ ସୁଦ୍ଧା ବାତିଲ କରାଯାଇଛି । ମରାମତି କାମ ଜୋର ସୋରରେ ଚାଲିଛି ଓ ସଂଧ୍ୟା ସୁଦ୍ଧା ଟ୍ରାକରେ ଟ୍ରେନ ଗଡିବାର ସମ୍ଭାବନା ରହିଛି । ପୂର୍ବତଟ ରେଳପଥ ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ବଜିତ ସାହୁ ଏଠାରେ ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏହି ଦୁର୍ଘଟଣାର ରେସ୍କ୍ୟୁ ଅପରେସନ ସରିଛି । ଦୁର୍ଘଟଣାରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ବଗି ତଳେ ଆଉ ନାହାନ୍ତି । ଏବେ ସୁଦ୍ଧା 45 ଟି ଟ୍ରେନ ବାତିଲ ହୋଇଛି । 4ଟି ଟ୍ରେନ ରିସିଡ୍ୟୁଲ ହୋଇଛି କ୍ଷତିଗ୍ରସ୍ତ ଓ ପ୍ରଭାବିତ ହୋଇଥିବା 5ଟି କୋଚକୁ ଗ୍ରାଉଣ୍ଡେଡ କରାଯାଇଛି ଟ୍ରାକ ଫିଟ୍ ହୋଇଯିବା ପରେ 2ରୁ 3 ଘଣ୍ଟା ପରେ ଟ୍ରାକ୍ରେ ଟ୍ରେନ ଗଡିବା ଆଶା କରାଯାଉଛି ବୋଲି ସେ କହିଛନ୍ତି ।