ମାଲକାନଗିରି – ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମ ନିକଟସ୍ଥ ମନ୍ତ୍ରୀପୁଟ ବୁଲାଣି ଘାଟି ରାସ୍ତାରେ ଗତକାଲି ସନ୍ଧ୍ୟାରେ କିଛି ଲୋକ ଭାଲୁ ବୁଲୁଥିବାର ଦେଖିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ସାଧାରଣରେ ଭୟ ଓ ଅାତଙ୍କର ବାତାବରଣ ସୃଷ୍ଟି ହୋଇଛି । ପ୍ରକାଶ ଥାଉକି, ବାଲିମେଳା ବନ ବିଭାଗ ଚିତ୍ରକୋଣ୍ଡା ଛକରୁ ଧରିଥିବା ଭାଲୁକୁ ଚିତ୍ରକୋଣ୍ଡା ଘlଟି ଭଲଭ ହାଉସ ନିକଟରେ ଛାଡି ଦେଇଥିଲେ । ସେହି ଭାଲୁଟି ଉକ୍ତ ସ୍ଥାନ ମାନଙ୍କରେ ବୁଲାବୁଲି କରୁଥିବ ବୋଲି ସନ୍ଦେହ କରାଯାଉଛି । କାରଣ ଭାଲୁଟିକୁ ବାରମ୍ବାର ଦୁଇରୁ ତିନି ଥର ଏଭଳି ଯନ୍ତା ଭିତରେ ପୁରାଇ ଛାଡ଼ିବା ପରେ ମଧ୍ୟ ସେ ଚିତ୍ରକୋଣ୍ଡା ଛକକୁ ପଳାଇ ଆସୁଥିବାର ଦେଖିବାକୁ ମିଳିଛି । ଭାଲୁଟିକୁ ଘାଟି ଭିତରେ ଛଡାଗଲେ କୁଆଡେ ଯିବ ପାଖାପାଖି ଅଞ୍ଚଳରେ ବୁଲିବ ଏଥିପାଇଁ ଘାଟି ଭିତରେ ଯାତlୟାତ କରୁଥିବା ଲୋକଙ୍କ ଭିତରେ ଭୟ ଓ ଅାତଙ୍କ ଖେଳି ଯାଇଛି । ଏ ଗୁଜବ ଶୁଣିବା ପରେ ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠି ବନ କର୍ମଚାରୀଙ୍କ ସହ ସମ୍ପୃକ୍ତ ଅଂଚଳକୁ ଯାଇଥିଲେ ଏବଂ ଭାଲୁ ବୁଲୁଥିବା ଦେଖିବାକୁ ପାଇବା ପରେ ନିକଟସ୍ଥ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ବୁଝାଇବା ସହ ଏ ସମ୍ପର୍କରେ ରେଞ୍ଜରଙ୍କୁ ଜଣାଇଥିଲେ ।
Related Stories
November 23, 2024
November 23, 2024