ପୁରୀ, ଚଳିତ ବର୍ଷ ଅକ୍ଟୋବର ୩୦ ତାରିଖ ଠାରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆଜି ପୂର୍ବାହ୍ନ ୧୦ଟା ୫୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଦୁର୍ନୀତି ବିକାଶର ମୁଖ୍ୟ ବାଧକ । ତେଣୁ ସମ୍ମିଳିତ ଭାବେ ରାଜ୍ୟର ଉନ୍ନତି ପାଇଁ ଦୁର୍ନୀତିର ମୂଳୋତ୍ପାଟନ କରି ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଥିଲେ । ସରକାର ଦୁର୍ନୀତି ପାଇଁ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବା ସହ ଫାଇଭ-ଟି ଓ ମୋ ସରକାର ମାଧ୍ୟମରେ ଦୁର୍ନୀତିକୁ ନିୟନ୍ତ୍ରଣ କରିବା ବ୍ୟବସ୍ଥା କରାଯାଇଛି । ଦୁର୍ନୀତି ନିବାରଣ କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶା ଏକ ନମ୍ବର ହୋଇଛି ବୋଲି କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଓସ୍ଵାନ କନଫେରେନ୍ସ ହଲ୍ ରେ କେନ୍ଦ୍ରାଚଂଳ ରାଜସ୍ଵ ଆୟୁକ୍ତ ଡଃ. ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା, ଆଦ୍ୟାଶା ରଥ, ପ୍ରିୟଦର୍ଶିନୀ ମଲ୍ଲିକ, ରାକେଶ କୁମାର ପଣ୍ଡା, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ହୋଇ ଶପଥ ପାଠ କରିଥିଲେ ।
ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ସମସ୍ତ ଅଧିକାରୀ କର୍ମଚାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟର ଓସ୍ଵାନ ହଲରେ ମଧ ବିଡ଼ିଓ, ତହସିଲଦାର, ସିଡିପିଓ ଓ ଅନ୍ୟାନ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟାଳୟ, ଲାଇନ ଡିପାର୍ଟମେଂଟରେ ଏହି ଶପଥ ପାଠ ଏକ ସମୟରେ କରାଯାଇଥିଲା ।