
ଭୁବନେଶ୍ୱର, ଭାଲୁ ଆକ୍ରମଣରେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ । ରାଢୋ ଲୁଇପା କଲେଜ ଛାତ୍ର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ର ଜଣଙ୍କ କଲେଜ ସମ୍ମୁଖରେ ଥିବାବେଳେ ଭାଲୁ ତାଙ୍କୁ ଆକ୍ରମଣ କରିପକାଇଥିବା ସୂଚନା ମିଳିଛି ।