କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲାର ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ମାନଙ୍କ ସମ୍ମିଳନୀ ପୁରୀ ସହରସ୍ଥିତ କୁଳମଣି ଭବନଠାରେ ଅନୁଷ୍ଠିତ ହୋଇଅଛି। ଏଥିରେ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପଚାଶରୁ ଊର୍ଦ୍ଧ୍ବ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଯେଉଁ ପୁରସ୍କାରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଭିନ୍ନ ବିକାଶୋନ୍ମୁଖୀ କାର୍ଯ୍ୟ କରି କୃତିତ୍ଵର ସହ ଜିଲ୍ଲା ତଥା ରାଜ୍ୟକୁ ଶିକ୍ଷାକ୍ଷେତ୍ରରେ ଅଗ୍ରସର କରାଇବାରେ ସହାୟକ ହୋଇପାରିଛନ୍ତି ସେମାନଙ୍କ କୃତିତ୍ଵ ଓ ନାମ ଅବସର ଗ୍ରହଣ କିମ୍ବା ମୃତ୍ୟୁ ପରେ ଜିଲ୍ଲାରୁ ଲୀନ ହୋଇଯାଉଛି। ତାହାକୁ ଉଜ୍ଜୀବିତ କରିବା ପାଇଁ ଆଜିର ଏହି ସମ୍ମିଳନୀ ଆହୂତ ହୋଇଛି। ମୃତ ଓ ଜୀବିତ ସମସ୍ତ ସମ୍ମାନାସ୍ପଦ ଶିକ୍ଷକ ମାନଙ୍କ ନାମ ସଂଗ୍ରହ କରାଯାଇ ଏକ ତାଲିକାଭୁକ୍ତ କରାଯିବା ସହ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଓ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରେ ରଖାଯିବାକୁ ଏହି କାର୍ଯ୍ୟକ୍ରମ ରେ ସ୍ଥିର କରାଗଲା । ଏଥିରେ ଓଡ଼ିଶା ରାଜ୍ୟ ଓ ଜାତୀୟ ସ୍ତରୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସଂଗଠନର ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏ ଦିଗରେ ଦିଗଦର୍ଶନ ପ୍ରଦାନ କରିଥିଲେ । ଓଡ଼ିଶାର ସଂସ୍କୃତି ଓ ଛାତ୍ରଛାତ୍ରୀମାନଙ୍କ ନୈତିକ ସଂସ୍କାରର ଅନୁଦିତ ଅଧଃପତନ ଘଟୁଥିବା ହେତୁ ଏହାର ରକ୍ଷାପାଇଁ ଏହି ଶୁଭାବସରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶପଥ ନେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ କୃତୀ ଶିକ୍ଷକ ଏକାଦଶୀ ଜେନା, ରାଧାକାନ୍ତ ଦାଶ,ବିଜୟ କୁମାର ଦାଶ , ହରପ୍ରିୟା ସାହୁ ,ଉଲ୍ଲାସବାଳା ଦାସ, ଯୋଗଦେଇଥିଲେ । ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡା ସଭାପତିତ୍ବ କରିଥିଲେ । ରବୀନ୍ଦ୍ର ନାଥ ସ୍ବାଇଁ ଏହାର ଆବାହକ ଓ ଜିଲ୍ଲା ସମ୍ପାଦକ ପ୍ରତାପ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିବାବେଳେ ବିଦ୍ୟାଧର ମିଶ୍ର ବେଦପାଠ ଓ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପୁରସ୍କାରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସୁରେନ୍ଦ୍ର କୁମାର ଦାଶ, ଜନ୍ମେଜୟ ମିଶ୍ର,ମାନସ ମିଶ୍ର, ଦିବାକର ଦଳାଇ, ବସନ୍ତ କୁମାର ସ୍ୱାଇଁ, କାମଦେବ ପ୍ରଧାନ, ରତ୍ନାକର ସ୍ବାଇଁ, ଚରଣ ନାୟକ, ଅନ୍ନପୂର୍ଣ୍ଣା ଦେବୀ, ପ୍ରତିଭା ମଞ୍ଜରୀ ମହାନ୍ତି,ଦୁର୍ଗାବତୀ ପ୍ରଧାନ,ସ୍ବର୍ଣଲତା ତ୍ରିପାଠୀ ଓ ଆଶାଲତା ଦେଈ ପ୍ରଭୃତି ଯୋଗଦେଇଥିଲେ ।
Related Stories
November 23, 2024
November 23, 2024