କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ସର୍ବ ସେବା ସଂଘ (ଅଖିଳ ଭାରତୀୟ ସର୍ବୋଦୟ ମଣ୍ଡଳ) ର ୮୯ ତମ ରାଷ୍ଟ୍ରୀୟ ଅଧିବେଶନ ଚଳିତ ମାସ ୩୦ ରିଖ ୨.୩୦ ରୁ ଆରମ୍ଭ ହୋଇ ୩୧ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦୁଦୁୱଲା ଧର୍ମଶାଲା ଠାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଙ୍କ ଦ୍ବାରା ଉଦ୍ଘାଟନ ହେବ l ମୁଖ୍ୟ ଅତିଥି ଭାବେ ଜ୍ୟେଷ୍ଠ ସର୍ବୋଦୟ କର୍ମୀ ତଥା ସେବାଗ୍ରାମ ଆଶ୍ରମର ଅଧ୍ୟକ୍ଷ ଶ୍ରୀ ଆବା କମ୍ୱଲେ ଯୋଗ ଦେବେ ଏବଂ ଦିଲ୍ଲୀସ୍ଥିତ ହରିଜନ ସେବକ ସଂଘର ଉପାଧ୍ୟକ୍ଷ ଓ ପୂର୍ବତନ ଖଦୀ କମିଶନର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ରାଷ୍ଟ୍ରୀୟ ପରିସ୍ଥିତି ଓ ବିଶ୍ଵଯୁଦ୍ଧର ଭୟାବହତା, ଦାରିଦ୍ର୍ୟ, ସମ୍ବିଧାନର ସୁରକ୍ଷା, ମଣିପୁର ହିଂସା ସମସ୍ୟା ର ନିରାକରଣ ସହ ଗାନ୍ଧୀଙ୍କ ଅହିଂସା ସଦଭାବନା ଓ ସର୍ବଧର୍ମ ସମାନତା ଓ ରଚନାତ୍ମକ କାର୍ଯ୍ୟକୁ କେତେକ ନିର୍ଦ୍ଧିଷ୍ଟ ମୌଳବାଦ ଯେପରି ନିନ୍ଦା କରାଯାଉଛି ସେ ସମ୍ପର୍କରେ ଆଲୋଚନା ଏକ ଘୋଷଣା ନାମା ପ୍ରକାଶିତ କରାଯିବ l
ଏତଦ୍ ବ୍ୟତୀତ ସର୍ବ ସେବା ସଂଘର କର୍ମକର୍ତା ମନୋନୟନ କରାଯାଇ ଜାତୀୟ ସ୍ତରରେ କାର୍ଯକ୍ରମ ପ୍ରସ୍ତାବିତ ହେବ l ପ୍ରକାଶ ଥାଉକି ୧୯୮୩ ମସିହାରେ ପୁରୀ ଠାରେ ଓ ୨୦୧୨ ମସିହାରେ ମୟୂରଭଞ୍ଜର ରଙ୍ଗମାଟିଆ ଠାରେ ସର୍ବ ସେବା ସଂଘର ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଦୀର୍ଘ ୪୩ ବର୍ଷ ପରେ ପୁରୀଠାରେ ସର୍ବ ସେବା ସଂଘର ଅଧିବେଶନ ହେଉଥିବାରୁ ଏହା ଓଡିଶା ସର୍ବୋଦୟ ପରିବାର ପାଇଁ ଯେତିକି ମହତ୍ତ୍ଵପୂର୍ଣ୍ଣ ତାହା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆର୍ଥିକ ବିଷମତା ଓ ଯୁଦ୍ଧ ଭୟା ବହତାର ବିକଳ୍ପ ଭାବେ ଗାନ୍ଧୀଙ୍କ ଅହିଂସା ଓ ସର୍ବୋଦୟର ସଦଭାବନା ବିଚାରକୁ କାର୍ଯକାରୀ କରିବାର ଆବଶ୍ୟକତାର ଆହ୍ୱାନ l
ସୂଚନା ଯୋଗ୍ୟ ଯେ ସର୍ବ ସେବା ସଂଘ ମହାତ୍ମା ଗାନ୍ଧିଙ୍କ ତିରୋଧାନ ପରେ ୧୯୪୮ ମସିହାରେ ସେବାଗ୍ରାମ ଠାରେ ଭୂଦାନ ପ୍ରଣେତା ଆଚାର୍ଯ୍ୟ ବିନୋବା ଭାବେଙ୍କ ଉପସ୍ଥିତିରେ ସର୍ଦ୍ଦାର ଦେଶ ରତ୍ନ ରାଜେନ୍ଦ୍ର ପ୍ରସାଦଙ୍କ ସଭପତିତ୍ବରେ ତିନିଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇ ପ୍ରତିଷ୍ଠିତ ହୋଇଥିଲା l ଏହି ପ୍ରତିଷ୍ଠା ସମ୍ମିଳନୀରେ ଲୋକନାୟକ ଜୟପ୍ରକାଶ ନାରାୟଣ, ଆଚାର୍ଯ୍ୟ ଜେ. ବି.କୃପାଳିନି , ପଣ୍ଡିତ ଜୱାହର ଲାଲ ନେହେରୁ, ଡା. ଜାକିର ହୁସେନ, ସନ୍ଥ ତୁକରୋଜି ମହାରାଜ ଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିବା ସଂଘ ଓଡ଼ିଶାରେ ଖଦୀ ଓ ଗ୍ରାମୋଦ୍ୟୋଗ ଦ୍ଵାରା ଦାରିଦ୍ର୍ୟ ଦୂରୀକରଣ, ହରିଜନ ପଦଯାତ୍ରା ଦ୍ବାରା ଅସ୍ପୃଶ୍ୟତା ନିବାରଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଶା ନିବାରଣ କାର୍ଯକ୍ରମ ସହ ରଚନାତ୍ମକ କାର୍ଯ୍ୟକୁ ବିଭିନ୍ନ ସଙ୍ଗଠନ ମାଧ୍ୟମରେ ଏବେ ବି ଅବ୍ୟା ହତ ହୋଇ ଶତାଧିକ ସର୍ବୋଦୟ କର୍ମୀ ଶାନ୍ତି ଓ ସଦଭାବନା ଓ ଗାନ୍ଧୀ ମାର୍ଗରେ ଯୁବ ଗୋଷ୍ଠୀ କୁ ପ୍ରବତାଇବା କାର୍ଯ୍ୟ ଅବ୍ୟାହତ ରଖିପାରିଛି।
ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ଦ୍ବାରା ଓଡ଼ିଶାରେ ୬୩୮୭୦୬ ଏକର ଭୂମି ସଂଗ୍ରହ କରି ଭୂମିହୀନ ମାନଙ୍କ ମଧ୍ୟରେ ବିତରଣ କରି ସର୍ବୋଦୟ ଆନ୍ଦୋଳନକୁ ଜାତୀୟ ସ୍ତରରେ ମାନ୍ୟତା ଦେଇ ଓଡ଼ିଶାର ସର୍ବୋଦୟ ପ୍ରେରକ ଗୋପବନ୍ଧୁ ଚୌଧୁରୀ, ମା ରମାଦେବୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା ଗାନ୍ଧୀ ରଚନାତ୍ମକ ଆନ୍ଦୋଳନକୁ ଅଗ୍ରଗତି ଦେବା ସମସ୍ତଙ୍କ ପାଇଁ ଅବିସ୍ମରଣୀୟ l
୮୯ ତମ ସର୍ବ ସେବା ସଂଘ ଅଧିବେଶନ, ପୁରୀ ଠାରେ ଅନୁଷ୍ଠିତ ହେଉଥିବାରୁ ଓଡିଶାରେ ସର୍ବୋଦୟ କାର୍ଯ୍ୟ ପାଇଁ ପ୍ରେରଣା ଓ ଗ୍ରାମସ୍ଵରାଜ ପ୍ରତିଷ୍ଠା ସହ ନିଶା ନିବାରଣ ଓ ସଦଭାବନା କୁ ଅଗ୍ରଗତି କରିବ ଏହି ଆଶା ପୋଷଣ କରୁଛୁ l
ଏହି ସଭାରେ ସର୍ବ ସେବା ସଂଘର ସାଧାରଣ ସମ୍ପାଦକ ଆନନ୍ଦ କିଶୋର, ସର୍ବ ସେବା ସଂଘର ମ୍ୟାନେଜିଙ୍ଗ ଟ୍ରଷ୍ଟି ମହାଦେବ ବିଦ୍ରୋହୀ,ସର୍ବୋଦୟ ସମାଜ ର ପୂର୍ବତନ ସଂଯୋଜକ ଆଦିତ୍ୟ ପଟ୍ଟନାୟକ, ଉତ୍କଳ ସର୍ବୋଦୟ ମଣ୍ଡଳର ସଂପାଦକ ରମାକାନ୍ତ ମଣ୍ଡଳ, ମହାରାଷ୍ଟ୍ର ସର୍ବୋଦୟ ମଣ୍ଡଳ ର ସଦସ୍ୟ ପ୍ରମୋଦ ଟାଲେ, ହରିୟାଣା ସର୍ବୋଦୟ ମଣ୍ଡଳ ର ସଭାପତି ସୁଖପାଲ୍ ସିଂ, ବିହାର ସର୍ବୋଦୟ ମଣ୍ଡଳ ସଭାପତି ଚନ୍ଦ୍ର ଭୂଷଣ ପ୍ରବୃତ୍ତି ଉପସ୍ଥିତ ଥିଲେ l