
ମାଲକାନଗିରି, କାଲିମେଳା ପୁଲିସ ହାବୁଡ଼ରେ ମହାରାଷ୍ଟ୍ର ଗଞ୍ଜେଇ ବେପାରୀ । ଅଭିନଵ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ। ଫଳ ଟ୍ରେ ରେ ହେଉଥିଲା ଗଞ୍ଜେଇ ଚାଲାଣ। ଫଳ ବଦଳରେ ଟ୍ରେ ରେ ରହିଥିଲା ଶହ ଶହ କେଜି ଗଞ୍ଜେଇ। କୌଣସି ସୂତ୍ରରୁ ଖବର ପାଇ ଏକ ଆଇଚର ଟ୍ରକ ସହିତ ୪୯୬ କେଜି ଗଞ୍ଜେଇ ଜବତ କରିଛି କାଲିମେଳା ପୁଲିସ। ଟ୍ରକର ଡ୍ରାଇଭର ତଥା ଗଞ୍ଜେଇ ବେପାରୀ ମହାରାଷ୍ଟ୍ର ଲାଟୁର ଅଞ୍ଚଳର ଶେଖ ଅଫସାର ମେହେବୁବୁକୁ ଗିରଫ କରିଛି। ୪୫୦ଟି ଫଳ ଟ୍ରେ ରେ ଗଞ୍ଜେଇ ସବୁ ପ୍ୟାକେଟ କରାଯାଇ କାଲିମେଳା ଭେଜାଙ୍ଗିବାଡ୍ଡା ଅଞ୍ଚଳରୁ ହାଇଦ୍ରାବାଦ ଚାଲାଣ ହେଉଥିବାର ପୁଲିସ ସୂତ୍ରରୁ ସୂଚନା ମିଳିଛି।