ବୌଦ୍ଧ- ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ତିଲେଶ୍ୱର ଠାରେ ଚାଲିଥିବା ୧୯ ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ ଫୁଟବଲ ଟୁର୍ଣ୍ଣାମେଂଟରେ ଗୁରୁବାର ଦିନ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଛି । ତିଲେଶ୍ୱରର ଫ୍ରେଣ୍ଡସ ଆସୋସିଏସନ ଓ ବଜାର କମିଟି ମିଳିତ ସହଯୋଗରେ ୧୯ ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ ଫୁଟବଲ ଟୁର୍ଣ୍ଣାମେଂଟ ତିଲେଶ୍ୱର ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଅନୁଷ୍ଠିତ ହେଉଅଛି । ପ୍ରଥମ ସେମିଫାଇନାଲ ମ୍ୟାଚ ବରଗଡର ୟୁନାଇଟେଡ କ୍ଳବ ସହିତ କଟକର ରାଇଜିଂ ଷ୍ଟୁଡେଂଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ୧-୦ ଗୋଲରେ କଟକର ରାଇଜିଂ ଷ୍ଟୁଡେଂଟ କୁ ହରାଇ ବରଗଡର ୟୁନାଇଟେଡ କ୍ଳବ ବିଜୟ ଲାଭ କରି ଫାଇନାଲରେ ପ୍ରବେଶ କରିଛି । ଖେଳଟି ଚିତାକର୍ଷକ ହେବା ସଂଘର୍ଷପୁର୍ଣ୍ଣ ହୋଇଥିବା ବେଳେ ଖେଳର ପ୍ରଥମାର୍ଦ୍ଦରେ ବରଗଡ ୟୁନାଇଟେଡ କ୍ଳବ ଗୋଟିଏ ଗୋଲ ଦେଇ ବିଜୟୀ ହେବା ସହ ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲ ଖେଳର ମୁଖ୍ୟ ଅତିଥିଭାବେ ଯୁବ ଶିଳ୍ପପତି ଅଶୋକ କୁମାର ଅଗ୍ରୱାଲା , ସମ୍ମାନ୍ନିତ ଅତିଥି ଭାବେ ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋସ୍ନାରାଣୀ କାଉଁରୀ ଯୋଗ ଦେଇଥିବା ବେଳେ ତିଲେଶ୍ୱର ସରପଞ୍ଚତଥା ଫ୍ରେଣ୍ଡସ ଆସୋସିଏସନର ସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ବଜାର କମିଟି ସଭାପତି ଅର୍ଜ୍ଜୁନ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ । ଖେଳକୁ ରେଫରି ଶ୍ୟାମ ସୁନ୍ଦର ଶାହା ପରିଚାଳନା କରିଥିବା ବେଳେ ଲାଇନସରେ ସତ୍ୟନାରାୟଣ ମୁଖି, ସୁନିଲ କୁମାର ଦେହୁରୀ ଚତୁର୍ଥ ରେଫରି ଭାବେ ସରୋଜ କୁମାର ମୁନୀ ପରିଚାଳନା କରିଥିଲେ । । ଖେଳକୁ ଟୁର୍ଣ୍ଣାମେଂଟ ସଂଯୋଜକ ସରୋଜ କୁମାର ପ୍ରଧାନ, ସଂପାଦକ ସଂଜୟ ବେହେରା , ସିମୁନ ନାଏକ, ବଂଟି ସାହୁ, ବିକାଶ ମିଶ୍ର , ଫେଣ୍ଡସ ଆସୋସିଏସନର କୋଷାଧକ୍ଷ୍ୟ ଶୁଭ୍ରଜିତ ପ୍ରଧାନ , ବିଜ୍ଞାନ କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ । ଶୁକ୍ରବାର ଦିନ ଟୁର୍ଣ୍ଣାମେଂଟର ବି ଗ୍ରୁପର ପ୍ରଥମ ଖେଳ ଫୁଲବାଣି ଫୁଟବଲ ଆସୋସିଏସନ ସହିତ ଭୁବନେଶ୍ୱର ୟାଦଜାନୀ କ୍ଳବ ୭୩ ମଧ୍ୟରେ ଅନୁଷ୍ଠିତ ହେବ ।
Related Stories
December 22, 2024