କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,କୁମାର ପୂର୍ଣ୍ଣମୀର ଶାରଦୀୟ ସନ୍ଧ୍ୟାରେ ପୁରୀର ଶ୍ରୀକ୍ଷେତ୍ର ୟୁଥ କଲ୍ଚରାଲ ଆସୋସିଏସନର ୪୪ ତମ କୁମାର ଉତ୍ସବ-୨୩ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଶନିବାର ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ କ୍ରୀଡ଼ା ଓ ଯୁବସେବା, ପ୍ରଯୁକ୍ତି ଓ ସୂଚନା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁରୀ ସାଂସଦ ତଥା ଅନୁଷ୍ଠାନର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପିନାକୀ ମିଶ୍ର ଯୋଗଦାନ କରିଥିଲେ ।ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ମହେଶ୍ବର ମହାନ୍ତି, ହାଇଟେକ ଗ୍ରୁଫ ର ପରିଚାଳନା ନିର୍ଦ୍ଦେଶକ ତିରୁପତି ପାଣିଗ୍ରାହୀ, ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଭକ୍ତଚରଣ ଦାସ, ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ଷ୍ଟାଲିନ ପରିଜା ଓ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସଦାଶିବ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ଅନୁଷ୍ଠାନର ସଭାପତି ମହେଶ୍ୱର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସଂପାଦକ ସଦାଶିବ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହା ପରେ ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଆୟୋଜିତ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ କୃତୀତ୍ଵ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।
ଏହାପରେ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନଙ୍କ ଦ୍ଵାରା ନୃତ୍ଯ ଭିତିକ ସମବେତ ସଙ୍ଗୀତ ରୂପକ ଏ ଜହ୍ନ କାହାର ପରିବେଷଣ କରାଯାଇଥିଲା। ପରେ ପରେ ପ୍ରଶାନ୍ତି ନୃତ୍ୟ ସଂଗୀତ ପରିଷଦର କଳାକାରଙ୍କ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା । ପରେ ପରେ ଅନୁଷ୍ଠାନ ର କଳାକାର ମାନଙ୍କ ପକ୍ଷରୁ ୯୦ ଦଶକ ଠାରୁ ବର୍ତମାନ ପର୍ଯ୍ୟନ୍ତ ହିନ୍ଦୀ ଚଳଚିତ୍ର ର ସିନେମା ସଙ୍ଗୀତ ରେ ନୃତ୍ୟ ପରିବେଷଣ କରିଥିଲେ । ସର୍ବ ଶେଷରେ ଓଡିଶା ସିନେ ଜଗତର ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ତାରିକ୍ ଅଜିଜ୍ ଏବଂ ସୋନମ୍ ଦାଶ ଙ୍କ ଦ୍ବାରା ଓଲିଉଡ୍ ନାଇଟ୍ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୂ ମିସ୍ ପିଙ୍କି ଝା ସଂଯୋଜନା କରିଥିଲେ ।ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ମିଶ୍ର, ଲକ୍ଷ୍ମୀ ନାରାୟଣ ପଣ୍ଡା, ବସୁଦେବ ଦାସ,ହରେକୃଷ୍ଣ ମିଶ୍ର , କାର୍ଯ୍ୟାଳୟ ସମ୍ପାଦକ ଜଗମୋହନ ପଟ୍ଟନାୟକ ,କ୍ରୀଡା ସମ୍ପାଦକ ଗୋପୀନାଥ ସ୍ୱାଇଁ , ଅମୀୟ ପ୍ରସାଦ ନାଗ ,ଦୀପକ କୁମାର ସାହୁ ,କୃପାସିନ୍ଧୁ ମହାପାତ୍ର , ପ୍ରକାଶ ରାଉତ, ସୁବ୍ରତ ସାହୁ, ଅଶୋକ ପାତ୍ର , ଆଲୋକ କୁମାର ମହାପାତ୍ର , ବିଜୟ କୁମାର ଆପଟ୍ଟ, ରାଜେନ୍ଦ୍ର ନାରାୟଣ ହରିଚନ୍ଦନଙ୍କ ସହ ଅନୁଷ୍ଠାନ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Related Stories
November 5, 2024