ଭୁବନେଶ୍ଵର, ଗତ ୨୪ ଘଂଟାରେ ରେକର୍ଡ ହୋଇଥିବା ପ୍ରମୁଖ ସର୍ବନିମ୍ନ ରାତ୍ରି ତାପମାତ୍ରା ମଧ୍ୟରେ ଜି. ଉଦୟଗିରିରେ ସର୍ବନିମ୍ନ ୧୩.୫ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ସେହିପରି ଫୁଲବାଣୀରେ ୧୪ ଡ଼ିଗ୍ରୀ, କୋରାପୁଟରେ ୧୪ ଡ଼ିଗ୍ରୀ, ଦାରିଙ୍ଗବାଡ଼ିରେ ୧୪ ଡ଼ିଗ୍ରୀ, କିରେଇରେ ୧୪.୪ ଡ଼ିଗ୍ରୀ, ସେମିଳିଗୁଡ଼ାରେ ୧୫ ଡ଼ିଗ୍ରୀ, ଅନୁଗୁଳରେ ୧୬ ଡ଼ିଗ୍ରୀ, ଭବାନୀପାଟଣାରେ ୧୬ ଡ଼ିଗ୍ରୀ, କେନ୍ଦୁଝରରେ ୧୬.୪ ଡ଼ିଗ୍ରୀ, ସୋନପୁରରେ ୧୬.୯ ଡ଼ିଗ୍ରୀ, ନବରଙ୍ଗପୁରରେ ୧୭.୪ ଡ଼ିଗ୍ରୀ ଏବଂ ରାଉରକେଲାରେ ୧୮.୨ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
September 19, 2024
September 19, 2024