ଭୁବନେଶ୍ୱର, ପଦ୍ମକେଶରୀପୁରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଉଭୟ ପକ୍ଷରୁ ୫୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମଞ୍ଚେଶ୍ୱର ଥାନାରେ ଅଟକ ରଖା ଯାଇଛି । ଉଲ୍ଲେଖନୀୟ ଯେ ଗତ ଗୁରୁବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ଗୋଷ୍ଠୀ ସଂଘର୍ଷରେ ୨୦ ରୁ ଉର୍ଦ୍ଧ ଲୋକ ଆହତ ହୋଇଥିଲେ । ଏହା ପରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଧାରା ୧୪୪ ଜାରି ହୋଇଥିଲା । ଉତେଜନାକୁ ଆଖି ଆଗରେ ରଖି ସେଠାରେ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଭୁବନେଶ୍ୱର ଡିସିପି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
Related Stories
November 23, 2024