ଢ଼େଙ୍କାନାଳ, ଆଜିଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏହି ପୂଜା ଉତ୍ସବ ୧୧ ଦିନ ଧରି ଚାଲିବ । ଚଳିତ ବର୍ଷ ଢ଼େଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା ଗଜଲକ୍ଷ୍ମୀ । ବିଭିନ୍ନ ମଣ୍ଡପରେ ଚାନ୍ଦିମେଢ ସହିତ ଆକର୍ଷଣୀୟ ସାଜସଜ୍ଜା ଓ ସୁଉଚ୍ଚ ତୋରଣ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି । ଏହା ବ୍ୟତୀତ ରଙ୍ଗିନ ଆଲୋକମାଳାରେ ଆଖି ଝଲସି ଉଠୁଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Related Stories
November 24, 2024
November 24, 2024