କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ
ଭୁବନେଶ୍ବର, ରାଜ୍ୟର ଅଗ୍ରଣୀ ଡିଜିଟାଲ୍ ମିଡ଼ିଆ ନେଟୱାର୍କ ପିପିଏଲ୍ ଓଡ଼ିଆ ତରଫରୁ ସ୍ଵୟଂସିଦ୍ଧା କନକ୍ଲେଭ୍ ଓ ସମ୍ମାନ ସମାରୋହ ଅୟୋଜିତ ହୋଇଯାଇଛି | ଏଥିରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ୩୦ ଜଣ ମହିଳା ଙ୍କୁ “ସ୍ଵୟଂସିଦ୍ଧା ସମ୍ମାନ – ୨୦୨୩”ରେ ସମ୍ମାନିତ କରାଯାଇଛି | ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ସଶକ୍ତ, ସ୍ୱାବଲମ୍ବୀ ଓ ଅନନ୍ୟ ପରିଚୟ ସୃଷ୍ଟି କରିଥିବା ମହିଳା ନେତୃତ୍ୱ ଙ୍କୁ ଗୋଟିଏ ମଞ୍ଚରେ ସମ୍ମାନିତ କରିବା ଓ ସେମାନଙ୍କର ସଙ୍ଘର୍ଷ ଓ ସଫଳତା ର ଯାତ୍ରା ବିଷୟରେ ଜାଣିବା ଥିଲା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଡାଃ ରାଜଶ୍ରୀ ମଲ୍ଲିକ୍, ବିଧାୟିକା ଲତିକା ପ୍ରଧାନ, ବିଧାୟିକା ଦୀପାଳୀ ଦାସ, ରାଜ୍ୟ ଶ୍ରମିକ କଲ୍ଯାଣ ବୋର୍ଡ ର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, କାର୍ସିନୋଭା କ୍ୟାନସର ହସ୍ପିଟାଲ ର ନିର୍ଦ୍ଦେଶିକା ଡାଃ ପ୍ରଜ୍ଞା ପରମିତା ମିଶ୍ର ପ୍ରମୂଖ ଯୋଗ ଦେଇଥିଲେ | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ପରିଚୟ ଫାଉଣ୍ଡେସନ୍ ର ମୁଖ୍ୟ ଡାଃ ରୋଜାଲିନ ପାଟ୍ଟଶାଣୀ ମିଶ୍ର, ଆଇଏନ୍ ଡବ୍ଲ୍ୟୁଇସି ର ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ସୁକିର୍ତ୍ତୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସମସ୍ତ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ | ଏଥି ସହ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାଃ କ୍ଷିତିଶ ଚନ୍ଦ୍ର ମିଶ୍ର ଯୋଗଦେଇ ସ୍ତନ କର୍କଟ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ | ବିଶିଷ୍ଟ ସମାଜସେବୀ ନମ୍ରତା ଚଢା, ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ, ମହିଳା ଉଦ୍ୟୋଗୀ ପୁନମ୍ ମହାପାତ୍ର, ମାମୁନ ଦାଶ୍, ରାଜଶ୍ରୀ ପ୍ରଧାନ, ଡାଃ ରୋଜାଲିନ ପରିଡ଼ା, ଡାଃ ପ୍ରୀତି ଷଡଙ୍ଗୀ, ଶ୍ରୀମତୀ ସୋନାଲିସା ମହାପାତ୍ର, ଇପ୍ସିତା ସାହୁ, ରାମେଶ୍ୱରୀ ନନ୍ଦ, ଅଭିନେତ୍ରୀ ତଥା ଆଙ୍କର ପ୍ରେରଣା ପ୍ରତୀକ୍ଷା, ୟାସ୍ମିନ ହବିବ, ସସ୍ମିତା ହୋତା, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଙ୍କ ସହିତ ୩୦ ଜଣ ମହିଳା ଙ୍କୁ ସ୍ଵୟଂସିଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଥିଲା | ଏଥିସହ ତ୍ରିଶକ୍ତି ମହିଳା ପରିଷଦ ଓ ସ୍ୱାଭୀମାନୀ ଓଡ଼ିଆ ଓମେନସ୍ ୱାର୍ଲ୍ଡ ର୍ ସଦସ୍ୟା ମାନଙ୍କୁ ମଧ୍ୟ ମଞ୍ଚରେ ସମ୍ମାନିତ କରାଯଇଥିଲା | ମହିଳା ଉଦ୍ୟୋଗୀ ଓ ନେତୃତ୍ୱ ମାନଙ୍କୁ ଉତ୍ସାହିତ କରିବା କୁ ପିପିଏଲ୍ ଓଡ଼ିଆ ସବୁବେଳେ ଚେଷ୍ଟିତ ବୋଲି ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ | ସୁନାମଧନ୍ଯ ଆଙ୍କର ଗୁନଗୁନ୍ ମଞ୍ଚ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମ ଶେଷରେ ପିପିଏଲ୍ ଓଡ଼ିଆ ର ନ୍ୟୁଜ୍ ହେଡ୍ ରଘୁନାଥ ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ |
Related Stories
November 23, 2024