ଭୁବନେଶ୍ୱର, ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମରେ ରାଜ୍ୟର ୩୧୪ଟି ବ୍ଲକର ୧୩ ହଜାର ୧୨୮ଟି ଗାଁରୁ ମାଟି ସଂଗ୍ରହ ହୋଇଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ସେ କହିଛନ୍ତି ଯେ କାଲି ସକାଳ ୮ଟାରେ ମାଷ୍ଟରକ୍ୟାଣ୍ଟିନ ଛକରୁ ଶୋଭାଯାତ୍ରା ବାହାରିବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । କାଲି ସ୍ୱତନ୍ତ୍ର ଟ୍ରେନ୍ରେ ସଂଗ୍ରହ ହୋଇଥିବା ପବିତ୍ର ମାଟି ଦିଲ୍ଲୀ ଯିବ । ଏହି ଟ୍ରେନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୬ ଶହରୁ ଉର୍ଧ ଲୋକ ଦିଲ୍ଲୀ ଯିବେ । ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ଅମୃତ ବାଟିକାର ଶିଳାନ୍ୟାସ କରିବେ ।
ସେ କହିଛନ୍ତି ଯେ ଅଗଷ୍ଟ ୯ରୁ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।