
ବଲାଙ୍ଗିର, ଘରୋଇ କଳହକୁ କେନ୍ଦ୍ର କରି ଜଣେ ୭୦ ବର୍ଷିୟ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ବୃଦ୍ଧ ବ୍ଯକ୍ତି ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନାରୁ ପ୍ରକାଶ ଯେ, ବଲାଙ୍ଗିର ଜିଲା ତୁରେକେଲା ଥାନା ଭାଲୁକନା ଗାଁର କବି ନିଆଲ (୭୫) ଙ୍କୁ ତାଙ୍କ ଭାଇ ଓ ପୁତୁରା ମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଭାଲୁକନା ଗାଁ ର ସୁର ନିଆଲ, ଉତ୍କଳ ନିଆଲ, ମଙ୍ଗଳୁ ନିଆଲ, କୁମାର ନିଆଲ ଓ ୟୁରୁନ୍ତ ନିଆଲ ଠେଙ୍ଗା ଓ ଟାଙ୍ଗିଆରେ ନିଜ କକା କବି ନିଆଲଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ବର୍ତମାନ କବି ନିଆଲ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ସର୍ଜରୀ ୱାର୍ଡ଼ରେ ଭର୍ତ୍ତି ହୋଇଛନ୍ତି। ଏ ସଂକ୍ରାନ୍ତରେ ଏହି ୪ ଜଣଙ୍କ ବିରୁଦ୍ଧରେ ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏ ପର୍ଯ୍ୟନ୍ତ ମାମଲରେ ପୋଲିସ କାହାରିକୁ ଗିରଫ କରିନାହିଁ।