ଭୁବନେଶ୍ୱର,ଭିକେ ପାଂଡିଆନଙ୍କ ଭିଆରଏସ ପରେ ତାଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରିବାକୁ ନେଇ ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ କଡା ସମାଲୋଚନା କରିଛନ୍ତି ।
ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଏହା ରାଜନୀତିରେ ସଫ୍ଟ ଲ୍ୟାଣ୍ଡିଂ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସେ ଚାକିରୀରେ ଥିବା ବେଳେ ଯେଭଳି ଭାବେ କାମ କରୁଥିଲେ ତାହା ବାରମ୍ବାର ସର୍ଭିସ୍ ରୁଲ୍ ଉଲ୍ଲଂଘନ ହେଉଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ଏହା ବିରୋଧରେ ସ୍ୱର ଉଠାଇଥିଲେ । ରାଜ୍ୟରେ ଜନ ଅସନ୍ତୋଷ ମଧ୍ୟ ବ୍ୟକ୍ତ ହୋଇଥିଲା । ତେଣୁ ପରିସ୍ଥିତି ଏପରି ହେଲା ଯେ ଇସ୍ତଫା ଦେବାକୁ ବାଧ୍ୟ ହେଲେ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତେ । ସେଥିରୁ ମୁକୁଳିବା ଲାଗି ଚାକିରିରୁ ଇସ୍ତଫା ଦେଲେ ବୋଲି ସେ କହିଛନ୍ତି ।