କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀ ଧାମ ଜ୍ୟୋତିବାସ୍ତୁ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ”ଜ୍ୟୋତିଷ ଶାସ୍ତ୍ର ଅନୁମୋଦିତ ଚନ୍ଦ୍ରଗ୍ରହଣ ”ଶୀର୍ଷକ ଆଲୋଚନା ଚକ୍ର ଭକ୍ତ ସାଲବେଗ ପୀଠରେ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ସଭାପତି ଡ଼ଃ ବଳରାମ ଦାଶ ଅଧ୍ୟକ୍ଷତା କରିଥିଲେ l ପ୍ରାରମ୍ଭରେ ବେଦପାଠସହ ସମ୍ପାଦକ ଜ୍ୟୋତିର୍ବିଦ ପଣ୍ଡିତ ଦୟାନିଧି ପଣ୍ଡା ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ଓ ପରାଗର ବିଧିବିଧାନ ନିର୍ଦ୍ଧlରିତ ହୋଇଥାଏ ବୋଲି କହିଥିଲେ l ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ବଳନ ସହ ଉଦଘାଟନ କରିଥିଲେ |ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଜ୍ୟୋତିଷ ଶାସ୍ତ୍ର ପ୍ରାଚୀନ ପରମ୍ପରା ଆଧାରିତ ଓ ଏହା ର ପ୍ରଭାବ ସୁଦୂର ପ୍ରସାରିl ମୁଖ୍ୟ ବକ୍ତାରୁପେ ଡ଼ଃ ସୁରେନ୍ଦ୍ର କୁମାର ମିଶ୍ର କହିଲେ ଜ୍ୟୋତିଷ ଶାସ୍ତ୍ର ଜଗତକୁ ପୁରୀର ଅବଦାନ ଅନନ୍ୟ ଓ ଏ ସମ୍ପର୍କ ରେ ପୁସ୍ତକ ପ୍ରକାଶ କରାଯାଉ l ସମ୍ମାନିତ ଅତିଥି ରୂପେ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ, ଜ୍ୟୋତିର୍ବିଦ କୃତିବାସ ଆଚାର୍ଯ୍ୟ, ଜ୍ୟୋତିର୍ବିଦ ମାୟାଧର ନାୟକ, ସମାଜ ସେବୀ ମନୋଜ ରଥ, ବିଜୟଲଷ୍ମୀ ଦାଶ, ଭଗବାନ ସୁଆର ଓ ମଧୁସୂଦନ ସିଂହାରୀ ଯୋଗଦେଇ ଜ୍ୟୋତିର୍ବିଦ୍ୟା ଭାରତୀୟ ସାହିତ୍ୟ, ଦର୍ଶନ, ସଂସ୍କୃତି ଓ ପରମ୍ପରା ସହ ଜଡିତ ଓ ସମାଜର ରୀତିନୀତି ଚଳଣି ସହ ଏହାର ଗଭୀର ସମ୍ପର୍କ ରହିଛି ଓ ଏହା ପ୍ରାଚୀନ ଶାସ୍ତ୍ରନୁ ମୋଦିତl ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ସମୟ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ନିର୍ଦ୍ଧାରିତ ହୋଇଥlଏ l ଅନ୍ୟମାନଙ୍କ ମଧ୍ୟରେ୍ ଜ୍ୟୋତି ର୍ବିଦ ହରିଶଙ୍କର ମିଶ୍ର,ଚନ୍ଦ୍ରଶେଖର ମହାରଣା ,ଲକ୍ଷ୍ମଣ ଦାଶ ,ବନଜ ଦାସ, ସହଦେଵ ସାହୁ, ବାସୁଦେବ ସାହୁ,ଦେବରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ପଣ୍ଡିତ ସଦାଶିବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
Related Stories
November 23, 2024
November 23, 2024
November 23, 2024