କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ରାଜ୍ୟ ସ୍ତରୀୟ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ଦ୍ୱାରା ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ସ୍ଥାନୀୟ ସଂସ୍କୃତ ଭବନ ପରିସରରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ପୁରୀ ବିଧାୟକ ଯୋଗଦେଇଥିବା ବେଳେ ଉଦଘାଟକ ଭାବେ ଶିକ୍ଷା ବିତ ଡ଼ଃ କୈଳାସ ଟିକାୟତ ରାୟ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ମଞ୍ଚ ର ସଭାପତି ଆଇନିଜୀବୀ ପ୍ରସନ୍ନ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷା ବିତ ଶିବସୁନ୍ଦର ମିଶ୍ର ।ଅନ୍ୟ ସମ୍ନାନୀତି ଅତିଥି ଭାବେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର,ପୁରି ଜିଲ୍ଲା ଓକିଲ ସଂଘ ସମ୍ପାଦକ ବିଭୁତି ଶଙ୍କର ତ୍ରିପାଠୀ,ଅବସର ପ୍ରାପ୍ତ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ମାୟାଧର ମହାରଣା,ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ,ପୂର୍ଵତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ କବି ଶଙ୍କର୍ଷଣ ପରିଡା,ଇଞ୍ଜିନିୟର ସୂର୍ଯ୍ୟ ରଥ, ପୂର୍ଵତନ ପୌର ପାଳିକା ଅଧ୍ୟକ୍ଷ ଶାନ୍ତିଲତା ପ୍ରଧାନ, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପୁଷ୍ପାଞ୍ଜଳି ରଣା, ଜିଲ୍ଲା ଆଇନି ସାମୁଖ୍ୟ ସଭାପତି ବିଶ୍ଵଜିତ ପ୍ରଧାନ, ସମାଜସେବୀ ତଥା ସଚେତନ ନାଗରିକ ମଞ୍ଚ ର ଉପଦେଷ୍ଟା ଚକ୍ରଧର ମହାପାତ୍ର,ସମାଜ ସେବୀ ଅରୁଣିମା ନନ୍ଦ, ଭଗବାନ ମହାସୁଆର , ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ବିଜୟ ଲକ୍ଷ୍ମୀ ମିଶ୍ର ଯୋଗ ଦେଇଥିଲେ |ସମାଜ ସେବାରେ ଉଲ୍ଲେଖନୀୟ ସେବା ପାଇଁ ସହିଭାଇ ର ଚନ୍ଦ୍ର ଶେଖର ମିଶ୍ର, ହୋପ ଇଜ ଲାଇଫ ର ସୁରେଶ ନନ୍ଦ,ଉର୍ଜ।ବନ ଓଡିଶା ର ସନ୍ତୋଷ ସେନାପତି, ସଂକଳ୍ପ ଫାଉଣ୍ଡେସନ ର ସୁଚାରିତା ପାଢ଼ୀଙ୍କୁ ସମ୍ନାନିତ କରାଯାଇଥିଲା । ସବ୍ୟସାଚୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ଜୟ କୃଷ୍ଣ ଦାସ,ତ୍ରିଲୋଚନ ଦାସ ଓ ଅନ୍ୟ ମାନେ ସଭା ପରିଚାଳନା ରେ ସଗାଯୋଗ କରିଥିଲେ ।ସଚେତନ ନାଗରିକ ମଞ୍ଚ ର ଗୋପ ଶାଖା ଓ କୋଣାର୍କ ଶାଖା ରୁ ମଧ୍ୟ ଅନୁରୂପ ଭାବେ ଜିଲ୍ଲା ପ୍ରତିଷ୍ଠା ଉତ୍ସବପାଳନ କରାଯାଇଥିବା ବେଳେ ଏହାକୁ ଆଗାମୀ ବର୍ଷ ବ୍ୟାପକ ଭାବେ ପାଳନ କରାଯିବାକୁ ସଭାରେ ମତପ୍ରକାଶ ପାଇଥିବାବେଳେ ପ୍ରଶାସନ କୁ ସହଯୋଗ କରିବାକୁ ଅନୁରୋଧ କରାଯିବ ବୋଲି ଯୋଗ ଦେଇଥିବା ଅତିଥି ମାନେ ମତ ପୋଷଣ କରିଥିଲେ |
Related Stories
November 23, 2024
November 23, 2024
November 23, 2024