
କଟକ, କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ବରିଷ୍ଠ ଶିକ୍ଷାବିତ୍ ଡକ୍ଟର ବିକଳି ଚରଣ ଦାସଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍ସିଟିଇ) ପୂର୍ବାଞ୍ଚଳ କମିଟିର ସଦସ୍ୟ ରୂପେ ମନୋନୀତ କରିଛନ୍ତି। ଡକ୍ଟର ଦାସ ରେଭେନ୍ସା ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି। ତାଙ୍କ ରଚିତ ୭ଟି ଗବେଷଣାତ୍ମକ ପୁସ୍ତକ ପ୍ରକାଶ ପାଇଛି ଏବଂ ୬୦ରୁ ଊର୍ଦ୍ଧ୍ଵ ନିବନ୍ଧ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତିକ ଜର୍ଣ୍ଣାଲର ପୃଷ୍ଠାମଣ୍ଡନ କରିଛି। ସେ ଦେବୀ ଅହଲ୍ୟା ବିଶ୍ବବିଦ୍ୟାଳୟରୁ ଏମ୍.ଏଡ୍. ଓ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଡି.ଫିଲ୍. ଡିଗ୍ରୀ ହାସଲ କରିଛନ୍ତି। ଏନ୍ସିଟିଇର ସଦସ୍ୟ ରୂପେ ଡକ୍ଟର ଦାସଙ୍କ ମନୋନୟନକୁ ଶିକ୍ଷାବିତ୍ ମହଲରୁ ସ୍ବାଗତ କରାଯାଇଛି।