
ଭୁବନେଶ୍ୱର, ମହମ୍ମଦ ମୋକିମ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ମୋକିମ । ସେ କହିଛନ୍ତି ଯେ, ଗୋଟେ ଦଳର ନେତା ଆମେ ସବୁ ଏକାଠି ହେବା ବହୁତ୍ ଖୁସି ଲାଗିଲା। ପୂଜା ଘରେ ଏକତ୍ରିତ ହେଲୁ। ଦଳ ମୋତେ ସସପେଣ୍ଡ କରିଛି। କିନ୍ତୁ ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି। ଆଗକୁ ଚିତ୍ର ହେବ ସ୍ପଷ୍ଟ। ବାରମ୍ବାର କହିଛି ମୁଁ କଂଗ୍ରେସ ତୃଣମୂଳ ସ୍ତରର ନେତା। ଯେତେ ଆକ୍ସନ ନେଲେ ବି ଅଛି ରହିବି। ଖୁବ୍ ଶୀଘ୍ର ମୋତେ ଦଳ ଗ୍ରହଣ କରିବ। ସାମୁହିକ ନିଲମ୍ବନ ହୋଇଛି। ପୁଣି ଦଳ ମୋତେ ଆପଣାଇ ମୋତେ ମୋ ଦାୟିତ୍ଵ ଫେରାଇବ। ମୁଁ କଂଗ୍ରେସରୁ ଲଢ଼ିବି ବୋଲି କହିଛନ୍ତି ମୋକିମ । ସେ ଆହୁରି କହିଛନ୍ତି ଯେ, କଟକ ସହର ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ। ସମସ୍ତେ ଆସନ୍ତି ପୂଜା ଦେଖିବା ପାଇଁ। ପୂଜା ମଣ୍ଡପରେ ସଭାପତିଙ୍କ ସହ ଭେଟ ଘାଟ ହେଲା। ଉଭୟ ଆଲିଙ୍ଗନ କଲୁ। ଆକସ୍ମିକ ଦେଖା ଥିଲା କିନ୍ତୁ ଭଲ ଦେଖା ସାକ୍ଷାତ ହେଲା ବୋଲି ମହମ୍ମଦ ମୋକିମ କହିଛନ୍ତି ।