ରାଉରକେଲା, ରାଉରକେଲା ଉଦିତନଗର ଥାନା ଏଏସଆଇ ଆଲିଶା ଲୁଗୁନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଆଲିଶାଙ୍କ ସ୍ଵାମୀ ସଞ୍ଜୟ ଲାକ୍ରା । ଏକ୍ସାଟେଟ ଡେଲେରିୟମରେ ମୃତ୍ୟୁ ହୋଇଥିବା ନେଇ ଏସପି ଦେଇଥିବା ମନ୍ତବ୍ୟକୁ ସେ ଅଗ୍ରାହ୍ୟ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ସଂଗଠନ ପକ୍ଷରୁ ମାମଲାର ସିବିଆଇ ତଦନ୍ତ ଦାବି ହୋଇଥିଲା ।