ଭୁବନ, ଢ଼େଙ୍କାନାଳ ଜିଲ୍ଲାର ପୁରାତନ ବିଦ୍ୟାଳୟ ଭୁବନ ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବୁଲି ( ହୀରକ ଜୟନ୍ତୀ ) ପାଳନ ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ପୁରାତନ ଛାତ୍ର କୃଷ୍ଣ ଚନ୍ଦ୍ର ଆଇଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ଗଣେଶ୍ଵର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଶତାଧିକ ପୁରାତନ ଛାତ୍ର ଉପସ୍ଥିତ ରହି ନିଜ ନିଜର ପ୍ରସ୍ତାବ ଏବଂ ମତ ରଖିଥିଲେ । ପ୍ଲାଟିନମ୍ ଜୁବଲି ମହୋତ୍ସବ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା । ପଞ୍ଜାବ ନେସନାଲ ବ୍ୟାଙ୍କ (ପି ଏନ୍ ବି) ନୂଆଦିଲ୍ଲୀର ଅବସରପ୍ରାପ୍ତ (ସିଜିଏମ) ପୁରାତନ ଛାତ୍ର ଧନେଶ୍ଵର ସାହୁଙ୍କୁ ସର୍ବ ସମ୍ମତ କ୍ରମେ ସଭାପତି ଭାବେ ଚୟନ କରାଯାଇଥିଲା । ନିଶାକର ସାହୁ ସମ୍ପାଦକ, ଦୁର୍ଯ୍ୟୋଧନ ସାହୁ ଉପସଭାପତି, ଅବସରପ୍ରାପ୍ତ ଜିଏମ,ଏସ ବିଆଇ ଗଦାଧର ଦାସ କୋଷାଧ୍ୟକ୍ଷ ଏବଂ କୃଷ୍ଣ ଚନ୍ଦ୍ର ଆଇଚଙ୍କୁ ଆବାହକ ଭାବେ ଚୟନ କରାଯାଇଥିଲା । ମହୋତ୍ସବ ଦୁଇ ଦିନ ଧରି ହେବ । ଚଳିତ ବର୍ଷ ଡିସେମ୍ବର ୯ ଏବଂ ୧୦ ତାରିଖ ରେ ମହୋତ୍ସବ ପାଳନ କରାଯିବାକୁ ସର୍ବ ସମ୍ମତ କ୍ରମେ ନିଷ୍ପତି ହୋଇଥିଲା ।
ଚୂଡାନ୍ତ ପ୍ରସ୍ତୁତି ବୈଠକରେ ପୁରାତନ ଛାତ୍ର ନଗରପାଳ ଶୁଭେନ୍ଦୁ କୁମାର ସାହୁ, ଧନେଶ୍ଵର ସାହୁ, ନବକିଶୋର ଗୁରୁ, କୈଳାଶ ଗୁରୁ, ବେଣୁଧର ପୃଷ୍ଟି, ଦିଲ୍ଲୀପ କୁମାର ଦାସ, ନରହରି ସାହୁ, ବ୍ରହ୍ମାନନ୍ଦ ସାହୁ, ସୁବ୍ରତ କୁମାର ସାହୁ, ପ୍ରଭାସ ସେନାପତି, ବିନୋଦ ମହାରଣା, ଦୀପକ ବେହେରା, ଅମ୍ବୁଜ ସାହୁ,ନିରଞ୍ଜନ ଗୁରୁ, ରାମ ଚନ୍ଦ୍ର ରାଉତ, ସନାତନ ଗୁରୁ, ଗଣେଶ୍ୱର ଦାସ, ହୃଷୀକେଶ ସାହୁ, ଅଜୟ କୁମାର ପଣ୍ଡା, ସୁବାସ ଚନ୍ଦ୍ର ମେହେଣା, ପ୍ରେମାନନ୍ଦ ପାଣିଗ୍ରାହୀ, ଡଃ. ସୁବାଷ ନାୟକ, ଭଗବାନ ଗୁରୁ, ଦିଲ୍ଲୀପ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ” ସ୍ମରଣିକା ” ପାଇଁ ପୁରାତନ ଛାତ୍ର ମାନେ ନଭେମ୍ବର ମାସ ୫ ତାରିଖ ସୁଦ୍ଧା ସେମାନଙ୍କ ଲେଖା ଅଧ୍ୟାପକ କୈଳାସ ଚନ୍ଦ୍ର ଗୁରୁଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମର ସଫଳତା ପାଇଁ ପୁରାତନ ଛାତ୍ର ମାନେ ଉଭୟ ଅନଲାଇନ୍ ଓ ଅଫଲାଇନ୍ ରେ ୧ ହଜାର ଟଙ୍କା ପ୍ରଦାନ କରି ନାମ ପଞ୍ଜିକରଣ କରିବାକୁ ନିବେଦନ କରାଯାଇଥିଲା । ଏହା ବ୍ୟତୀତ ପୁରାତନ ବହୁ ସଂଖ୍ୟାରେ ଉପସ୍ଥିତ ରହି ନିଜ ସାମର୍ଥ୍ୟ ଅନୁଯାୟୀ ଆର୍ଥିକ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା ।