ଭୁବନେଶ୍ୱର, ସରକାରଙ୍କ ଲକ୍ଷ୍ମୀ ବସ ଚଳାଚଳକୁ ବାଲେଶ୍ଵର ଘରୋଇ ବସ ମାଲିକ ସଂଘ ସମର୍ଥନ କରିଛି । ରାଜ୍ୟ ବସ ମାଲିକ ସଂଘ ଦ୍ୱାରା ନିଆଯାଇଥିବା ବସ ଚଳାଚଳ ବନ୍ଦ ନିଷ୍ପତ୍ତିକୁ ସଂଘ ବିରୋଧ କରିଛି ।
ବାଲେଶ୍ଵର ଘରୋଇ ବସ ମାଲିକ ସଂଘର ସଭାପତି ବାଦଲ ଦାସ କହିଛନ୍ତି, ଯଦି ରାଜ୍ୟ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା କରାଯାଇ ନୀତିଗତ ତଥା ଉଚିତ୍ ନିଷ୍ପତ୍ତି ନିଆଗଲେ ଆମେ ସ୍ବାଗତ କରିବୁ । ଲୋକଙ୍କ ସ୍ୱାର୍ଥ ପାଇଁ ହେଉଥିବା ଯୋଜନାକୁ ରାଜ୍ୟ ସଂଘ ବିରୋଧ କଲେ ଆମେ ସମର୍ଥନ ଦେବୁ ନାହିଁ । ଲକ୍ଷ୍ମୀ ଯୋଜନାରେ ସରକାର ବ୍ଲକ ରୁ ପଞ୍ଚାୟତ କୁ ରିହାତି ଦରରେ ବସ ଚଳାଚଳ ପାଇଁ ଯେଉଁ ନିଷ୍ପତ୍ତି ହୋଇଛି, ଏହାଦ୍ୱାରା ଘରୋଇ ବସଗୁଡ଼ିକର ବ୍ୟବସାୟ ପ୍ରଭାବିତ ହେବ ନାହିଁ ।