ରାଉରକେଲା, ରାଉରକେଲା ସହରର ଉଦିତନଗର ଥାନାରେ କାମ କରୁଥିବା ପୁଲିସ ଅଫିସର ଆଲିଶା ଲୁଗୁନଙ୍କ ମୃତ୍ୟୁ ମାମଲାରେ ଏସପି ରାଉରକେଲା ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଦୁର୍ଭାଗ୍ୟ ଜନକ ଓ ଏହି ମାମଲାର ସିବିଆଇ ତଦନ୍ତ ହେବା ଦରକାର ବୋଲି ଆଲିଶାଙ୍କ ସ୍ଵାମୀ ସଂଜୟ ଲାକ୍ରା ପ୍ରକାଶ କରିଛନ୍ତି । ଆଲିସାଙ୍କ ମୃତ୍ୟୁ ପରେ ପୋଷ୍ଟ ମର୍ଟମ ରିପୋର୍ଟକୁ ଅପକ୍ଷା କରାଯାଇଥିଲା, ତଥାପି ତାଙ୍କ ମୃତ୍ୟୁ ଦିନ ସେଥିବା ପିସିଆର ଡ୍ୟୁଟୀରେ ତାଙ୍କ ସହ ପିସିଆର ଭ୍ୟାନରେ ମାତ୍ର ଜଣେ କନେଷ୍ଟବଳ ଓ ଜଣେ ଡ୍ରାଇଭର ଥିଲେ, ସେହି ଦୁଇଜଣଙ୍କ ଭରଷାରେ ସେ କୁଆଡେ ଏକ ବଡଧରଣର ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବାକୁ ଯାଇଥିଲେ, ହୁଏତ ଗୁଣ୍ଡା ମାନଙ୍କ ତୁଳନାରେ ପୁଲିସ ସଂଖ୍ୟା କମିଗଲା ମାଡାମଙ୍କ ନିକଟରେ ପିସ୍ତଲ ନଥିଲା ତେଣୁ ସେ ସଂପୃକ୍ତ ଗଣ୍ଡଗୋଳକାରୀ ମାନଙ୍କର ଶୀକାର ହୋଇଯାଇଥାଇପାରନ୍ତି ବୋଲି ଜାଣିବା ଶୁଣିବା ମହଲରେ ଚର୍ଚ୍ଚାଥିଲା । ତେବେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଆଲିଶାଙ୍କ ମୃତ୍ୟୁ ଏକସାଇଟେଡ ଡେଲିରିୟମ ଯୋଗୁ ହୋଇଛି, ଯାହାକି ଏଭଳି ସ୍ଥିତିରେ ଦେହରୁ ଅତ୍ୟଧିକ ହରମୋନ ବାହାରି ଜିବା ପରେ ମୃତ୍ୟୁ ହୋଇଥାଏ । ଏହି ପୋଷ୍ଟମୋର୍ଟମ ରିପୋର୍ଟ ଏମ୍ସ ର ସହାୟତାରେ ଅଣାଯାଇଥିବା ନେଇ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ଆଲିଶାଙ୍କ ସ୍ଵାମୀ ଏହି ଖବର ଓ ଏସପି ଙ୍କ ମନ୍ତବ୍ୟ ଜାଣିବା ପରେ କହିଛନ୍ତି, ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ, ଯାହା କି ଅତ୍ୟନ୍ତ କଷ୍ଟ ଦେଇଛି ତାଙ୍କୁ, ତାଙ୍କ ପତ୍ନୀ ସଂପୁର୍ଣ ସୁସ୍ଥ ଥିଲେ, ସେଦିନ ତାଙ୍କୁ ରାସ୍ତାରେ ଛାଡିବା ବେଳେ ସେ ସଂପୁର୍ଣ ସୁସ୍ଥ ଥିଲେ, ତେଣୁ ପୋଷ୍ଟମୋର୍ଟମ ରିପୋର୍ଟକୁ ଗ୍ରହଣ କରି ଏହି ମାମଲାକୁ ସିବିଆଇ ତଦନ୍ତ ଲାଗି ଦିଆଯାଉ ବୋଲି ସଂଜୟ ଲାକ୍ରା ଆଜି ଗଣମାଧ୍ୟମକୁ ସୂଚନା ଦେଇ ଦାବି କରିଛନ୍ତି । ଏଭଳି ମନ୍ତବ୍ୟ ପରେ ଘଟଣାକୁ ନେଇ ପୁଣି ଥରେ ନାନା ପ୍ରଶ୍ନ ଠିଆ ହେବା ସହ ଏହି ମାମଲାରେ କେଉଁ ଅଭିଯୁକ୍ତ ମାନେ ନିୟୋଜିତ ଥିଲେ, ସେମାନେ କିଏ, ସେମାନଙ୍କର ପୁର୍ବ ଇତିହାସ କଣ , କିଏ ସେହି ବସ ଗଣ୍ଡଗୋଳକୁ ସେମାନଙ୍କୁ ପଠାଇଥିଲା ସେ ବ୍ୟକ୍ତି ଜଣକ କିଏ ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।