ବଲାଙ୍ଗିର,ସମ୍ପାଦକ ଜୟରାମ ମିଶ୍ରଙ୍କ ଆହ୍ଵାନ କ୍ରମେ ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।। ସଭାପତି ଶ୍ରୀ ନୀଳମଣି ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଗତ ଅଧିବେଶନର ବିବରଣୀ ପାଠ ପରେ କୋଷାଧ୍ୟକ୍ଷ ଶ୍ରୀ ରାଜ କିଶୋର ପଣ୍ଡା ମୁଖ୍ୟବକ୍ତା ଦାୟିତ୍ଵ ତୁଲାଇଥିଲେ।ସେ ନିଜର ଅଭିଭାଷଣରେ ଭାରତୀୟ ସଂସ୍କୃତିକୁ ଭିତ୍ତିକରି ” କନ୍ୟା ରତ୍ନ” ର ମହତ୍ତ୍ଵ ବୁଝାଇଥିଲେ। ରାମାୟଣ, ମହାଭାରତ, ଭାଗବତ, ଉପନିଷଦ ତଥା ଅଭିଜ୍ଞାନ ଶକୁନ୍ତଳାର ବିଭିନ୍ନ ଚରିତ୍ରକୁ ଆଧାର କରି ପୁତ୍ରର ସଂଜ୍ଞା ଓ କନ୍ୟାରତ୍ନର ସଂଜ୍ଞା ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ତାରତମ୍ୟକୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଶେଷରେ ପର୍ଶୁରାମ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅଧିବେଶନରେ ଜଗଦୀଶ ପ୍ରସାଦ ନାଥ, ବିଶ୍ଵନାଥ ଶତପଥୀ, ପୁରୁଷୋତ୍ତମ ପଣ୍ଡା, ବନମାଳୀ ନନ୍ଦ,ଆହ୍ଲାଦ କୁମାର ପୂଜାରୀ ପ୍ରମୁଖ ଏହି ସାଂଗଠାନିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Related Stories
November 23, 2024