ମାଲକାନଗିରି, ୨ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ରେ ଲୋକଙ୍କ ସୁବିଧାକୁ ଦିଆଯାଉଛି ପ୍ରାଥମିକତା। ପ୍ରତି ପଞ୍ଚାୟତରେ ହେବ ଲୋକାଭିମୁଖୀ ପ୍ରକଳ୍ପ। ପଞ୍ଚାୟତଗୁଡ଼ିକରେ ବିକାଶମୂଳକ କାର୍ଯ୍ୟ ଲାଗି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ହୋଇଛି ୫୦ ଲକ୍ଷର ବ୍ୟବସ୍ଥା।
ଆସନ୍ତା ମାସ ୪ ତାରିଖରେ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ ସ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ର ଘୋ ଷଣା କରିବାର କାର୍ଯ୍ୟକ୍ରମ ଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ କୁ କିଭଳି ଭାବେ ସଫଳ ରୂପାୟନ କରିବା ପାଇଁ କାଲିମେଳା ବ୍ଲକ ବିଜୁ ଜନତା ଦଳର ବ୍ଲକ ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ନେଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ନେତୃତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ ,ବିଜେଡି ଜିଲ୍ଲା ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ,ଜିଲ୍ଲା ଯୁବ ସଭାପତି ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା ,ବିଜେଡି ବରିଷ୍ଠ ନେତା ତଥା ଜିଲ୍ଲା ଆଇନଜୀବି ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା ,ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ,ଜିଲ୍ଲା ଉପ ସଭାପତି ପରିତୋଷ ସରକାର , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ ,ପର୍ଯ୍ୟବେକ୍ଷକ ପ୍ରସାଦ ବିଡିକା ,ଜିଲ୍ଲା ସମ୍ପାଦକ ରୁଦ୍ର ପା ତ୍ର ,ଜିଲ୍ଲା ସମ୍ପାଦକ ଅନୁପ ମିସ୍ତ୍ରୀ ,ଜିଲ୍ଲା ସମ୍ପାଦକ ତଥା କାଲିମେଳା ସାଂସଦ ପ୍ରତିନିଧି ଇ.ଭେଙ୍କେଟ ରାଓ ,କାଲିମେଳା ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ ,କାଲିମେଳା ବ୍ଲକ କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ରେଡ୍ଡୀ , ଜିଲ୍ଲା ପରିଷଦ ସଭ୍ୟା ଅପର୍ଣ୍ଣା ମଣ୍ଡଳ , ଜିଲ୍ଲା ପରିଷଦ ସଭ୍ୟା ମମତା ପଡ଼ିଆମୀ ,ପୂର୍ବତ୍ତନ ଯୁବ ସଭାପତି ଡମ୍ବରୁ ବାଗ ,ପଞ୍ଚାୟତ ସଭାପତି ଶମ୍ଭୁ ବାକଚି ,ଦିଲୀପ ବିଶ୍ୱାସ ,ପୂର୍ବତ୍ତନ ବ୍ଲକ ସଭାପତି ବର୍ଣାଲି କୀର୍ତନିଆ ,ସରପଞ୍ଚ ପୃଥୀବିରାଜ ମାଝୀ ,ସରପଞ୍ଚ ମୁନା ପଡ଼ିଆମୀ ,ଶୁଭ୍ରାଂଶୁ ଶେଖର ସାହୁ ,କାଲିମେଳା ବ୍ଲକ ଯୁବ ସଭାପତି ମିରକନ ମଣ୍ଡଳ ,ସଂଜୁ ସରକାର କାଲିମେଳା ବ୍ଲକ ର ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟ/ସଭ୍ୟା, ସମସ୍ତ ପଞ୍ଚାୟତ ସଭାପତି ଉପସ୍ଥିତ ଥିଲେ ।