ରାଞ୍ଚି, ଝାରଖଣ୍ଡ ବିଜେପି ସଂକଳ୍ପ ଯାତ୍ରାର ସମାପନ କାର୍ଯ୍ୟକ୍ରମରେ ଅକ୍ଟୋବର 28ରେ ସାମିଲ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି କାର୍ଯ୍ୟକ୍ରମ ହରମୁ ମୈଦାନରେ ଅନୁଷ୍ଠିତ ହେବ । ଏହି କର୍ଯ୍ୟକ୍ରମରୁ ମିଶନ 2024 ପାଇଁ ସମ୍ବୋଧନ କରିବେ ନଡ୍ଡା ।
ପ୍ରଦେଶ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମରାଣ୍ଡିଙ୍କର ରାଜ୍ୟବ୍ୟାପୀ ସଂକଳ୍ପ ଯାତ୍ରାର ଉଦଯାପନ କାର୍ଯ୍ୟକ୍ରମ ଅକ୍ଟୋବର 28 ତାରିଖରେ ରାଞ୍ଚିର ହରମୁ ମୈଦାନରେ ପୂର୍ବାହ୍ନ 11ଟାରେ ଆୟୋଜିତ ହେବ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ରାଜ୍ୟ ସରକାରଙ୍କ ବିଫଳତା, ଦୁର୍ନୀତି, ଧ୍ୱସ୍ତ ବିଧି ବ୍ୟବସ୍ଥା, ବେରୋଜଗାରୀ, ଖଣିଲୁଟ୍ ଓ ତୁଷ୍ଟିକରଣ ରାଜନୀତି ବିରୁଦ୍ଧରେ ଅଗଷ୍ଟ17ରେ ଏହି ସଂକଳ୍ପ ଯାତ୍ରା ଆରମ୍ଭ ହୋଇଥିଲା ।