ପୁରୀ,ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁ ଙ୍କ କାର୍ତ୍ତିକନୀତି ଆରମ୍ଭ ହୋଇଛି । ରାଧାଦାମୋଦର ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଏହି ବେଶ କରାଯାଇଥାଏ । ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଆଜିଠାରୁ ମହାପ୍ରଭୁଙ୍କ ନିକଟରେ ସ୍ଵତନ୍ତ୍ର ବାଳଭୋଗ ନୀତି ଆରମ୍ଭ ହୋଇଛି । ଆସନ୍ତା କୁମାରପୂର୍ଣିମା ପର ଠାରୁ ହବିଷ୍ୟାଳି ମାନେ ସଂକଳ୍ପ କରି କର୍ତିକ ବ୍ରତ ଆରଂଭ କରିବେ।ନୀତି ନିର୍ଘଣ୍ଟ ଅନୁସାରେ ଗତକାଲି ସୁନାବେଶ ପରେ ପହୁଡ଼ ହୋଇପାରିନଥିଲା |ଏଣୁ ସକାଳେ ଦ୍ୱାରଫିଟା ନୀତି ନ ହୋଇ ମଙ୍ଗଳ ଆଳତୀ ହୋଇଥିଲା| ଅବକାଶ ନୀତି ବଢିବା ପରେ ମହାପ୍ରଭୁ ଙ୍କ ସ୍ଵତନ୍ତ୍ର ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥିଲା | ଭକ୍ତ ମାନେ ବେଶ ଦର୍ଶନ କରିଥିଲେ |ସକାଳ ଧୂପ ପରେ ମହାପ୍ରଭୁ ଙ୍କ ବାଳଧୂପ ନୀତି ଅନୁଷ୍ଠିତ ହୋଇଥିଲା । କୋରା,ଦୋଭଜା, ଲିଆ, ଅଦା,ଖଇ, ନଡ଼ିଆ, ଖୁଦି,ଚାଉଳିଆ,ସେଓ,କମଳା,କଦଳୀ, କାକୁଡ଼ି,ପଇଡ଼ ଭୋଗ ହୋଇଥିଲା । ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ , ରାଧାକାନ୍ତ ମଠ ତରଫରୁ ସଂ କୀର୍ତ୍ତନ ହୋଇଥିଲା । ଅବକାଶ ନୀତି ବଢ଼ିବା ପରେ ସକାଳ ଧୂପ ପରେ ହଏହି ନୀତି ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ମଠ ରେ ମହାପ୍ରଭୁଙ୍କ ଏହି ବେଶ ମଧ୍ଯ ଅନୁଷ୍ଠିତ ହୋଇଥାଏ । ତେବ ମହାପ୍ରଭୁ ରାଧାଦାମୋଦର ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ ନିୟନ୍ତ୍ରଣ ପାଇଁ ଶ୍ରୀ ଜଗନ୍ନାଥ ବାହାରେ ଓ ଭିତରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଚି।
Related Stories
November 23, 2024