କୋଲକାତା, ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ଫସିଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚାଯାଉଥିବା ନେଇ ପୁଣି ଥରେ ଅଭିଯୋଗ କରିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି ଯେ, ବିଜେପି ନେତା ତାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ଉପରେ ମିଛ କହୁଛନ୍ତି ।
ନିକଟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ, ମହୁଆ ଭାରତରେ ଥିବା ସମୟରେ ତାଙ୍କ ପାର୍ଲାମେଣ୍ଟାରୀ ଆଇଡି ଦୁବାଇରେ ଲଗ୍ଇନ୍ ହୋଇଥିଲା । ଏହାର ସୂଚନା ନ୍ୟାସନାଲ ଇନଫର୍ମମେଟିକ ସେଣ୍ଟର ପକ୍ଷରୁ ତଦନ୍ତକାରୀ ଏଜେନ୍ସିକୁ ପ୍ରଦାନ କରାଯାଇଛି । ନିକଟରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆବଶ୍ୟକ ହେଲେ ଏନଆଇସି ଭବିଷ୍ୟତରେ ଲୋକସଭା ତଥା ବିଶେଷ ଅଧିକାର ସମିତିକୁ ତଥ୍ୟ ପ୍ରଦାନ କରିବ । ଯାହାକୁ ନେଇ ନିଶାନା ସାଧିଛନ୍ତି ମହୁଆ । ଏବଂ କିଏ ମିଛ କହୁଛି ବୋଲି ପ୍ରଶ୍ନ ପଚାରିଛନ୍ତି ।