
ଭୁବନେଶ୍ୱର, ଭିକେ ପାଣ୍ଡିଆନ ନିର୍ବାଚନ ଲଢିବାକୁ ଚାହିଁଲେ ଆମେ ତାଙ୍କୁ ଗଂଜାମ ଜିଲ୍ଲାରୁ ନିର୍ବାଚନ ଲଢିବାକୁ ସ୍ୱାଗତ କରିବୁ ବୋଲି କହିଛନ୍ତି ବିଜେ଼ଡି ଗଂଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ।
ଏ ସମ୍ପର୍କିତ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଗଂଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ । ଗଂଜାମରେ ବହୁ ଉନ୍ନତିମୂଳକ କାମ କରିଛନ୍ତି, ଲୋକ ତାଙ୍କୁ ପସନ୍ଦ କରନ୍ତି । ଗଂଜାମର ୧୩ଟି ଆସନରୁ ଯେଉଁଠୁ ବି ନିର୍ବାଚନ ଲଢ଼ିବେ ସେ ନିଶ୍ଚିତ ଜିତିବେ ବୋଲି ଦୃଢ଼ୋକ୍ତି କରିଛନ୍ତି ରମେଶ ଚ୍ୟାଉପଟ୍ଟନାୟକ । ୧୩ଟି ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ପ୍ରତି ନିଶ୍ଚିତ ଜନସମର୍ଥନ ରହିଛି ।