ଲକ୍ଷ୍ନୌ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଉତ୍ତରପ୍ରଦେଶର ବିଧାନସଭା ଅଧ୍ୟକ୍ଷ ସତୀଶ ମହାନା ବୁଧବାର ଦିନ ଦିଲ୍ଲୀରେ ଔପଚାରିକ ସାକ୍ଷାତ କରିଛନ୍ତି ।
ଏହି ଅବସରରେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ବିଧାନସଭାର ଗୋଟିଏ ବର୍ଷ କାର୍ଯ୍ୟକାଳ ଉପରେ ପ୍ରକାଶିତ ପୁସ୍ତକ ପ୍ରଦାନ କରିଛନ୍ତି । ଏନେଇ ସତୀଶ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବହୁ ମୂଲ୍ୟ ସମୟ ଏବଂ ମାର୍ଗଦର୍ଶନ ସର୍ବଦା ଉର୍ଜା ପ୍ରଦାନ କରିବ ।