ଧର୍ମଶାଳା, ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଶାରଦୀୟ ଦୁର୍ଗା ପୂଜା ନିମନ୍ତେ ଉତ୍ସବ ମୁଖର ହୋଇ ଉଠିଥିଲା । ମଙ୍ଗଳବାର ବିଜୟାଦଶମୀ ପାଳିତ ହୋଇଯାଇଛି । ଫଳରେ ଶାନ୍ତିଶୃଙ୍ଖଳାର ସହ ଏହି ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।ଯାଜପୁର ଜିଲାର ବିଭିନ୍ନ ଅଂଚଳରେ ଆଧ୍ୟାତ୍ମୀକ ଓ ଧାର୍ମୀୟ ପରିବେଶ ମଧ୍ୟରେ ଅନୁଷ୍ଠିତ ଶେଷ ହୋଇଯାଇଛି । ଜିଲାର ବଡଚଣା ବ୍ଲକର ଛତିଆ,ବଡଚଣା, ଚଣ୍ଡିଖୋଲ,ଧାନମଣ୍ଡଳ, ବୈରୀ, ଜନକ ଓ ବାଲିଚନ୍ଦ୍ରପୁର,ଧର୍ମଶାଳା ବ୍ଲକ ଜାରକା ବଜାର,ଧର୍ମଶାଳା, ଚୁଡାଖିଆଛକ,ଜେନାପୁର,କବାଟବନ୍ଧ,କୋତପୁର,ବାରବାଟୀ,ରସୁଲପୁର ବ୍ଲକ କୁଆଖିଆ, ମଧୁବନ,ହରିପୁର, ବନ୍ଧଡିହ, ବ୍ରହ୍ମବରଦା ଓ ବରୀ ବ୍ଲକର ବରୀ,ଅନିଆସପୁର,ଦରଘା ଓ ବାଲିଆ ଆଦି ଅଂଚଳରେ ଶହଶହ ପୂଜାମଣ୍ଡପରେ ମା’ଦୁର୍ଗାପୂଜା ପାଇ ଆସୁଥିଲେ । ମହାସପ୍ତମୀଠାରୁ ଏହି ପୂଜା ଋତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପୂଜାମଣ୍ଡପମାନଙ୍କରେ ରଙ୍ଗବେରଙ୍ଗର ସାଜସଜ୍ଜା ସହ ବିରାଟ ବିରାଟ ତୋରଣ ବେଶ୍ ଆକର୍ଷିର୍ର୍ତ କରିଥିଲା । ଅନେକ ସ୍ଥାନମାନଙ୍କରେ କୁନିକୁନି ପିଲାମାନଙ୍କ ନିମନ୍ତେ ମୀନା ବଜାର ଖୋଲା ଯାଇଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୂଜାମଣ୍ଡପମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସମସ୍ତ ପୂଜା ମଣ୍ଡପମାନଙ୍କରେ ଶ୍ରଦ୍ଧାଳୁଙ୍କ ନାହିଁ ନ ଥିବା ଭିଡ ଜମି ଥିବା ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ବଜାୟ ନିିମନ୍ତେ ବଡଚଣା ଥାନା,ବୈରୀ ଥାନା,ଛତିଆ ବିଟ୍ ହାଉସ,ଧାନମଣ୍ଡଳ ଫାଣ୍ଡି,ଚଣ୍ଡିଖୋଲ ଫାଣ୍ଡି,ଧର୍ମଶାଳା ଥାନା ,ଜାରକା ବିଟ୍ ଆଉସ୍,କୋତପୁର ଫାଣ୍ଡି,ଜେନାପୁର ଥାନା,ଚଢେଇଧରା ଫାଣ୍ଡି,କୁଆଖିଆ ଥାନା,ବ୍ରହ୍ମବରଦା ଥାନା ଓ ବରୀ ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏଥି ସହିତ ପୂଜା କମିଟି ପକ୍ଷରୁ ସ୍ୱେଚ୍ଛାସେବୀମାନେ ବିଭିନ୍ନ ଦାୟିତ୍ୱ ନେଇଥିଲେ । ବୁଧବାର ସନ୍ଧ୍ୟାରେ ଏହି ସମସ୍ତ ପୂଜା କମିଟି ପକ୍ଷରୁ ମା’ଙ୍କ ଭଷାଣୀ ଯାତ୍ରା ଅନୁଷ୍ଠିତ ହୋଇଛି ।
Related Stories
November 23, 2024