
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଚଳିତ ବର୍ଷ ପବିତ୍ର କାର୍ତ୍ତିକ ମାସରେ ଆରମ୍ଭ ହେବାକୁ ଥିବା କାର୍ତ୍ତିକ ବ୍ରତ ହବିଷ୍ୟାଳି ଯୋଜନାରେ ସେଣ୍ଟ ଜୋନ୍ ଆମ୍ବୁଲାନ୍ସ,ପୁରୀ ଶାଖା ତରଫରୁ ସମସ୍ତ କ୍ୟାଡ଼ର ସ୍ବେଛାସେବୀ ମାନେ ହବିଷ୍ୟାଳି ମାନଙ୍କୁ ସେବା ଯୋଗାଇ ଦିଆଯିବ। ଏ ସମ୍ପର୍କରେ ପୁରୀ ଅବକାଶ ଲେନ, ମଙ୍ଗଳମଣ୍ଡପ ଠାରେ ସେଣ୍ଟ ଜୋନ୍ ଆମ୍ବୁଲାନ୍ସ,ପୁରୀ କାର୍ଯ୍ୟାଳୟ ରେ ସେଣ୍ଟଜୋନ ଆମ୍ବୁଲାନ୍ସ ପୁରୀ ଶାଖାର ଯୁଗ୍ମ ସମ୍ପାଦକ ମଧୁସୂଦନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ଚଳିତ ବର୍ଷ ହବିଷ୍ୟାଳି ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହବିଷ୍ୟାଳି ଙ୍କୁ ସମ୍ପୂର୍ଣ୍ଣ ମାସ ସାରା ସେବା ଯୋଗାଇବ ପାଇଁ ନିଷ୍ପତି ହୋଇଥିଲା। ହବିଷ୍ୟାଳୀ ମାନଙ୍କୁ ଶ୍ରୀମନ୍ଦିର ରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା,ମାଆ ମାନଙ୍କୁ ଶ୍ରୀମନ୍ଦିର କୁ ନେଇ ସେଠାରୁ ସୁରକ୍ଷିତ ଭାବରେ ପୁଣି ଶିବିରକୁ ଫେରାଇ ଆଣିବା, ପ୍ରାଥମିକ ଚିକିତ୍ସା କ୍ଷେତ୍ରରେ ସେଣ୍ଟଜୋନ କ୍ୟାଡେଟଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ। ଏହାସହ କାର୍ତ୍ତିକ ହବିଷ୍ୟାଳୀ ଙ୍କ ପୂଜା ସମୟରେ ଓ ମହାପ୍ରସାଦ ସେବା ସମୟରେ ସମସ୍ତ ପ୍ରକାରର ସେବା ଯୋଗାଇଦିଆଯିବ। ପ୍ରଥମ ଦିନ ରେଜିଷ୍ଟ୍ରେସନ ସମୟରେ ସମସ୍ତ ସେଣ୍ଟଜୋନ କ୍ୟାଡେଟ ମାନେ ଉପସ୍ଥିତ ରହି ଶଙ୍ଖଳା ଵ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ବୈଠକ ରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୯ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ଓ ତା ପୂର୍ବରୁ ରେଜିଷ୍ଟ୍ରେସନ କରାଯିବ ଏବଂ ଶେଷ ୫ଦିନ ପଞ୍ଚକ ଅବସରରେ କାର୍ତ୍ତିକ ବ୍ରତଧାରିଣୀ ମାନଙ୍କ ଦର୍ଶନ ବେଶ ଚାଲେଞ୍ଜ ହେବ ସେହି ସମୟରେ ସେମାନଙ୍କ ସେବା ବେଶ ଗୁରୁତ୍ୱପୂର୍ଣ୍ଣ। ବୈଠକରେ ଜଗନ୍ନାଥ ଧାମ ଆମ୍ବୁଲାନ୍ସ ଡିଭିକନର କମାଣ୍ଡାଣ୍ଟ ଲାଲା ଅନନ୍ତ ସିଂହ ଙ୍କ ସମେତ ବରିଷ୍ଠ ସମାଜସେବୀ ବଦ୍ରି ମିଶ୍ର, ସମାଜସେବିକା ମଧୁମିତା ମହାପାତ୍ର, ଅଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସେବା ସମ୍ପର୍କରେ ଆଲୋଚନା କରିବା ସହ ଶୃଙ୍ଖଳିତ ଭାବରେ ଡିଟ୍ୟୁ କରିବା ପାଇଁ ପରାମର୍ଶ ଦିଆଯାଇଛି।