ଭୁବନେଶ୍ୱର,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ଦେବଗଡ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତା ମାନଙ୍କର ସହ ସାକ୍ଷାତ ଆଲୋଚନା କରିଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଶ୍ରୀ ପ୍ରଧାନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି. ପବିତ୍ର ‘ଦଶହରା’ର ଅଭିନନ୍ଦନ । ଆଜି ଭଳି ପବିତ୍ର ଦିନରେ ଦେବଗଡ଼ ନିର୍ବାଚନମଣ୍ଡଳୀର କାର୍ଯ୍ୟକର୍ତ୍ତାଙ୍କ ସହ ଭେଟ ହେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗରିବ, ମହିଳା, ଚାଷୀ, ବଞ୍ଚିତ, ଯୁବକଙ୍କ ପାଇଁ ହୋଇଥିବା ଲୋକାଭିମୁଖୀ ଯୋଜନାକୁ ଦେବଗଡ଼ର ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଆଲୋଚନା କଲି । ବୁଥ ସ୍ତରରେ ଦଳର ସଂଗଠନର ସ୍ଥିତିକୁ ମଜଭୂତ୍ କରିବା ପାଇଁ ଆମେ ଆହୁରି ପରିଶ୍ରମ କରିବା ।