ଭୁବନେଶ୍ଵର,ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ହାମୁନ୍ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଗତ ୬ ଘଂଟାରେ ଘଂଟାପ୍ରତି ୨୧ କି.ମି. ବେଗରେ ଏହା ଉତର-ପୂର୍ବ ଦିଗରେ ଅଗ୍ରସର ହେଉଛି । ପାରାଦୀପ ଉପକୂଳରୁ ପୂର୍ବ- ଦକ୍ଷିଣ-ପୂର୍ବ ଦିଗରେ ୨୩୦ କି.ମି. ଦୂରରେ ଏହା କେନ୍ଦ୍ରୀଭୂତ ରହିଛି । ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖ ସଂନ୍ଧ୍ୟାରେ ଏହା ଗଭୀର ଅବପାତ ରୂପ ନେଇ ଖେପୁପାରା ଓ ଚିତଗୋଙ୍ଗ ମଧ୍ୟରେ ବାଙ୍ଗଲାଦେଶ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳ ଛୁଇଁବା ସମୟରେ ସେଠାରେ ପବନର ବେଗ ୬୫ରୁ ୭୫ କି.ମି. ଏପରକି ୮୫ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ । ହେଲେ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜିବୀଙ୍କୁ ଚେତାବନୀ ଦିଆଯାଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 23, 2024