
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସରେ ସ୍ୱୟଂସେବକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି, ନିସ୍ୱାର୍ଥ ସେବା, ରାଷ୍ଟ୍ରବାଦୀ ବିଚାର,ମାନବୀୟ ମୂଲ୍ୟବୋଧ ଓ ଅନୁଶାସନ ମନ୍ତ୍ର ଉପରେ ଚାଲି ନିଜର ଅଥକ ପ୍ରୟାସ ଦ୍ୱାରା କୋଟି କୋଟି ଭାରତବାସୀଙ୍କୁ ମାତୃଭୂମିର ସେବା ପାଇଁ ପ୍ରେରିତ କରିଥିବା ବିଶ୍ୱର ସବୁଠାରୁ ବଡ ସ୍ୱେଚ୍ଛାସେବୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ସ୍ୱୟଂସେବକ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ।