ଭୁବନେଶ୍ୱର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ଦଶହରା ଅବସରରେ ପାଲଲହଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା କୁଣ୍ଢେଇବୀରାଙ୍କ ଦର୍ଶନ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି. ମା କୁଣ୍ଢେଇବୀରା ପାଲଲହଡ଼ା ଅଞ୍ଚଳରେ ଶ୍ରଦ୍ଧାର କେନ୍ଦ୍ର । ଶତାବ୍ଦୀ ଶତାବ୍ଦୀ ଧରି ଲୋକଙ୍କ ମନରେ ଏ ମନ୍ଦିର ପ୍ରତି ଅସ୍ଥା ଅଛି । ପୂର୍ବରୁ ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ହେବାର ସୌଭାଗ୍ୟ ମିଳିଥିଲା । ଯେଉଁଠି ବି ଥିଲେ ଏ ମାଟି ପ୍ରତି ଦାୟିତ୍ଵ, ସମର୍ପଣ ଏବଂ ସଂକଳ୍ପ ଅଛି । ପାଲଲହଡ଼ା ଅଞ୍ଚଳ ମା କୁଣ୍ଢେଇବୀରାଙ୍କ ଆଶୀର୍ବାଦରୁ ଆହୁରି ଉନ୍ନତ ହେଉ ।
ସେ ଆତ୍ମୀୟ ମାନଙ୍କୁ ଭେଟି ଆନନ୍ଦ ବ୍ୟକ୍ତ କରିବା ସହ । ମା ଏବଂ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା, ଏ ଅଞ୍ଚଳ ଆହୁରି ପ୍ରସ୍ଫୁଟିତ ହେଉ । ସବୁ ଲୋକଙ୍କ ଜୀବନ ଆହୁରି ସୌଭାଗ୍ୟଶାଳୀ ହେଉ ବୋଲି କହିଛନ୍ତି ।
ସେ କହିଛନ୍ତି, ଦୁଇ ପ୍ରକାର ଅନୁଭବ ପାଲଲହଡ଼ା ଭିତରେ ଅଛି । ପାଲଲହଡ଼ା ଏକ ପ୍ରଗତିଶୀଳ ଅଞ୍ଚଳ । କିନ୍ତୁ ଏଠାରେ ଅନେକ ସ୍ଥାନ ଅଛି, ଯେଉଁଠି ଏବେ ବି ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଉପରେ ଧ୍ୟାନ ଦେବାର ସମସ୍ତଙ୍କର ଆବଶ୍ୟକତା ଅଛି । ମୋ ଦ୍ଵାରା ମଧ୍ୟ ଯେତିକି ସମ୍ଭବ ଦାୟିତ୍ଵ ନେବି ବୋଲି କହିଲେ ଧର୍ମେନ୍ଦ୍ର ।