ଭୁବନେଶ୍ୱର, 5ଟି ସଚିବ ଭିକେ ପାଣ୍ଡିଆନଙ୍କ ସରକାରୀ ଚାକିରୀରୁ ସ୍ୱେଚ୍ଛିକ ସେବା ନିବୃତି ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରଟ ପଟ୍ଟନାୟକ । ପାଣ୍ଡିଆନଙ୍କ ଉପରେ ଉଭୟ ବିଜେଡି ଓ ବିଜେପିର ଆଶୀର୍ବାଦ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ପାଣ୍ଡିଆନ ଙ୍କ ଇସ୍ତଫା ଏକ ପ୍ରହେଳିକା। କ୍ଷମତା ହାସଲ ପାଇଁ ପୁଣି ଏକ ଷଡ଼ଯନ୍ତ୍ର। ବିଜେପି – ବିଜେଡ଼ି ଏକ। ସେଥିଲାଗି ୩ ଦିନ ଭିତରେ କେନ୍ଦ୍ର ସରକାର ଇସ୍ତଫା କୁ ଗ୍ରହଣ କରିଛନ୍ତି ।
ସେ କହିଛନ୍ତି ଯେ ଆଗାମୀ ନିର୍ବାଚନ ରେ ପାଣ୍ଡିଆନ, ବିଜେପି – ବିଜେଡ଼ି ର ରାଜନୈତିକ ଏଜେଂଟ ଭାବେ କାମ କରିବେ । ବିକଳ୍ପ ହେଉଛି କଂଗ୍ରେସ। ୫T ହେଉଛି ଅନ୍ୟାୟ ପୂର୍ଣ୍ଣ ବ୍ୟବସ୍ଥା। 5 ଟି ସଚିବ ଥିବା ବେଳେ ସମସ୍ତ ଆଇଏଏସଙ୍କ କ୍ଷମତା ରଖିଥିଲେ ପାଣ୍ଡିଆନ । ସବୁ ଜିଲ୍ଲା ବି ଗସ୍ତ କରୁଥିଲେ । ଏବେ ପୁଣି ତାଙ୍କୁ 5 ଟି ଚେୟାରମ୍ୟାନ କରା ଯାଇଛି ।
ସେ କହିଛନ୍ତି ଯେ ବୟସ ଦୃଷ୍ଟିରୁ ନବୀନ ସବୁ ଆଦେ ଯାଇ ପାରୁନାହାନ୍ତି। ନବୀନ ଏବେ ଓଡ଼ିଶା କୁ ପୁଣି ଥରେ ଲିଜ୍ ଦେବାକୁ ବସିଛନ୍ତି। ଦୁଇଟି ପଦବୀ ରେ ପାଣ୍ଡିଆନ ଙ୍କୁ ବସେଇ ନବୀନ ଓଡ଼ିଶା ପାଇଁ ଆସିଥିବା 4ହଜାର କୋଟି ଟଙ୍କା କୁ ନିର୍ବାଚନ ରେ କିଣା ବିକା କରିବାକୁ ସୁଚିନ୍ତିତ ଯୋଜନା ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ଓଡ଼ିଆ ଭାଇ ମାନେ ଠିକ୍ ସମୟ ରେ ଠିକ୍ ଜବାବ୍ ଦେବେ। ଓଡ଼ିଆ ଭାଇ ଓଡ଼ିଶା କୁ ଶାସନ କରନ୍ତୁ। ଓଡ଼ିଶା ର ଶାସନ ଭାର କୁ ବାହାର ରାଜ୍ୟର ଲୋକ ଙ୍କୁ ଟେକା ଯାଇ ପାରିବନି।
Related Stories
November 23, 2024